ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାଂଲାଦେଶୀ ଚିହ୍ନଟ ପାଇଁ ଆକ୍ସନରେ ପ୍ରଶାସନ । ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ରାଜ୍ୟ ଗୃହ ବିଭାଗ । ଏହି ବୈଠକରେ ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ ଉପସ୍ଥିତ ରହିବେ । ଏହାସହିତ ଆଇଇଜି, ଡିଆଇଜିଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ଓଡ଼ିଶାରେ କେତେ ପରିମାଣର ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି । ତାକୁ ନେଇ ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।






