Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାତୀକୁ ମାରି ଦାନ୍ତ ବିକ୍ରି କରିବା ଘଟଣା, ୬ ଗିରଫ

by ସଞ୍ଜୟ ସ୍ୱାଇଁ
January 27, 2024
in Crime, Nayagarh, State
ହାତୀକୁ ମାରି ଦାନ୍ତ ବିକ୍ରି କରିବା ଘଟଣା, ୬ ଗିରଫ
265
VIEWS
Share on FacebookShare on Twitter

ବନ କର୍ମଚାରୀଙ୍କ ଅବହେଳାକୁ ସ୍ୱୀକାର କଲେ ଡିଏଫଓ

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜରେ ହାତୀର ଗଳିତ ମୃତ ଦେହ ଘଟଣାର ଆଜି ପର୍ଦ୍ଦାଫାସ କରିଛନ୍ତି ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ । ଏହି ଘଟଣାରେ ୫ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ଜଣେ ବେପାରୀକୁ ଗିରଫ କରାଯାଇଛି । ଏଥି ସହ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଉକ୍ତ ଘଟଣା ବେଳେ ବନ କର୍ମଚାରୀଙ୍କ ଅବହେଳାକୁ ସ୍ୱୀକାର କରିଛନ୍ତି ନୟାଗଡ଼ ଡିଏଫଓ । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଚନା ଦେଇଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ରେଞ୍ଜ ବିଲୁଆପଡା ଘାଟିରୁ ଗତ ୨୫ ତାରିଖ ଦିନ ଦନ୍ତା ହାତୀର ଗଳିତ ମୃତଦେହ ଠାବ କରିଥିଲା ବନ ବିଭାଗ । ଦୁର୍ବୃତ୍ତମାନେ କରେଣ୍ଟ ଲଗାଇ ହାତୀକୁ ମରିବା ପରେ ତାର ଦାନ୍ତ କାଟି ନେଇଥିଲେ । ଦନ୍ତା ହାତୀର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରୁଛନ୍ତି ଡିଏଫଓ । ବାଇଶିପଲ୍ଲି ଅଭୟାରଣ୍ୟର ଏହି ଅଞ୍ଚଳରେ ସବୁଦିନେ ହାତୀଙ୍କ ଚଳପ୍ରଚଳ ରହିଥାଏ । ଏହାର ସୁଯୋଗ ନେଇ ଶିକାରୀମାନେ ଏହି ଅଞ୍ଚଳରେ ସକ୍ରିୟ ହୋଇ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁ ଶିକାର କରୁଥିଲେ ମଧ୍ୟ ବନ ବିଭାଗ ନୀରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଥିଲା । ଘଟଣାସ୍ଥଳରୁ ବନ ବିଭାଗ ତାର ଜବତ କରିବା ପରେ ତନାଘନା କରି ୬ ଜଣଙ୍କୁ ଗିରଫ କରିଛି । ଜବତ ଦୁଇ ଦାନ୍ତର ଓଜନ ୩ କେଜି ହେବ ବୋଲି ଡିଏଫଓ କହିଛନ୍ତି । ଗିରଫ ଶିକାରୀମାନେ ହେଲେ ତୁଷାର ଘଣ୍ଟ, ସୁମନ୍ତ ଘଣ୍ଟ, ଶତ୍ରୃଘନ ସାହୁ, ସନ୍ତୋଷ ନାୟକ, ସନାତନ ନାୟକ ଏବଂ ଗଣିଆ ଅଞ୍ଚଳର ବେପାରୀ ଅବଦୁଲ୍ଲ ସଲିମ ଖାଁ । ସଲିମ ଦୁଇଟି ଦାନ୍ତକୁ ୧୨ ହଜାର ଟଙ୍କାରେ ଶିକାରୀଙ୍କ ଠାରୁ କିଣି ରଖିଥିଲା । ସଲିମ ପୂର୍ବରୁ ମଧ୍ୟ ବାଘଛାଲ କାରବାର ଘଟଣାରେ ଗିରଫ ହୋଇଥିଲା ବୋଲି ଡିଏଫଓ କହିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ । ୧୫ ଦିନ ତଳୁ ହାତୀକୁ ମରାଯାଇଥିଲେ ମଧ୍ୟ ସ୍ଥାନୀୟ ବନ ବିଭାଗ କିପରି ଜାଣିପାରିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବନ ବିଭାଗ କର୍ମଚାରୀଙ୍କ ଅବହେଳାକୁ ଡିଏଫଓ ସ୍ବୀକାର କରିବା ସହ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!