କଳାହାଣ୍ଡି,(ବାଘୁଆବାର୍ତ୍ତା) : ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ ଶିକାରୀ ମାନେ ହାତୀ ଦାନ୍ତ ପାଇଁ ହାତୀକୁ ମାରୁଥିବା ବେଳେ ଆଉ କେତେବେଳେ ଜୀବଜନ୍ତୁଙ୍କ ଶିକାର ପାଇଁ ବିଛା ଯାଇଥିବା କରେଣ୍ଟ ତାରରେ ଲାଗି ହାତୀର ଜୀବନ ଯାଉଛି । ଥୁଆମୁଳ ରାମପୁର ରେଞ୍ଜ ରାଣୀବାହାଲି ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଗତ ୧୨ ତାରିଖରେ ହାତୀଟି ମରି ପଡ଼ିଥିବା ସୂଚନା ମିଳିଥିଲା। ଶବ ବ୍ୟବଚ୍ଛେଦ ବେଳେ ମାଈ ହାତୀର ଦାନ୍ତ କାଟି ନେଇଥିବା ଜଣାପଡିଛି। ମୃତକ ହାତୀର ବୟସ ୩୦ ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ରାୟଗଡ଼ା ଓ କଳାହାଣ୍ଡି ବନବିଭାଗର ମିଳିତ ଚଢ଼ାଉରେ ସୁରୁମୁଣ୍ଡି ଗାଁ ର ଦାନ ମାଝୀଙ୍କ ଘରୁ ହାତୀଦାନ୍ତ ଜବତ କରାଯାଇଛି।






