Sunday, August 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାତୀ ଆକ୍ରମଣରେ ଯୁବକ ଗୁରୁତର

by ସଞ୍ଜୟ ସ୍ୱାଇଁ
March 21, 2025
in State
ହାତୀ ଆକ୍ରମଣରେ ଯୁବକ ଗୁରୁତର
52
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ମାତିଲା ଗୋଠ ଛଡ଼ା ଦନ୍ତା। ଜଳେଶ୍ବର ସହର ଠାରୁ ପ୍ରାୟ ୨୫ କିମି ଦୂର ସୁଗୋ ପଞ୍ଚାୟତରେ ହାତୀ ଉପଦ୍ରବ। ଯୁବକଙ୍କୁ କଚାଡ଼ିଲା, ରବି ଧାନ ଖାଇଲା। ହାତୀ ଆକ୍ରମଣରେ ଯୁବକ ଗୁରୁତର। ଗୁରୁତର ଯୁବକ ଜଣକ ହେଉଛନ୍ତି ବାଣିଦା ଗ୍ରାମର ସୂର୍ଯ୍ୟକାନ୍ତ ବାରିକ। ତାଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ପଶ୍ଚିମବଙ୍ଗରୁ ଆସି ନଛିମପୁର ପଞ୍ଚାୟତ ଆମ୍ୱଳିଅଠା ଗ୍ରାମରେ ପଶିଥିଲା। ଭୋର୍ ସମୟରେ ସୁଗୋ ପଞ୍ଚାୟତ ବାଣିଦା ଗ୍ରାମରେ ପହଞ୍ଚିଥିଲା। ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରିଥିଲା। ହାତୀ ଆକ୍ରମଣରେ ଗାଁର ସୂର୍ଯ୍ୟକାନ୍ତ ବାରିକ (୪୨ ବର୍ଷ)ଙ୍କୁ କଚାଡ଼ି ଦେଇଥିଲା। ହାତୀ ଆକ୍ରମଣରେ ସୂର୍ଯ୍ୟକାନ୍ତ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାତୀଟି ଏବେ ସ୍ଥାନୀୟ ଅଞ୍ଚଳରେ ବୁଲି ଫସଲ ନଷ୍ଟ କରୁଛି। ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି। ହାତୀ ଭୟରେ ଗାଁରେ ଏବେ ତାଟି କବାଟ ପଡ଼ିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!