ଜଳେଶ୍ୱର, (ବାଘୁଆବାର୍ତ୍ତା): ମାତିଲା ଗୋଠ ଛଡ଼ା ଦନ୍ତା। ଜଳେଶ୍ବର ସହର ଠାରୁ ପ୍ରାୟ ୨୫ କିମି ଦୂର ସୁଗୋ ପଞ୍ଚାୟତରେ ହାତୀ ଉପଦ୍ରବ। ଯୁବକଙ୍କୁ କଚାଡ଼ିଲା, ରବି ଧାନ ଖାଇଲା। ହାତୀ ଆକ୍ରମଣରେ ଯୁବକ ଗୁରୁତର। ଗୁରୁତର ଯୁବକ ଜଣକ ହେଉଛନ୍ତି ବାଣିଦା ଗ୍ରାମର ସୂର୍ଯ୍ୟକାନ୍ତ ବାରିକ। ତାଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ପଶ୍ଚିମବଙ୍ଗରୁ ଆସି ନଛିମପୁର ପଞ୍ଚାୟତ ଆମ୍ୱଳିଅଠା ଗ୍ରାମରେ ପଶିଥିଲା। ଭୋର୍ ସମୟରେ ସୁଗୋ ପଞ୍ଚାୟତ ବାଣିଦା ଗ୍ରାମରେ ପହଞ୍ଚିଥିଲା। ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରିଥିଲା। ହାତୀ ଆକ୍ରମଣରେ ଗାଁର ସୂର୍ଯ୍ୟକାନ୍ତ ବାରିକ (୪୨ ବର୍ଷ)ଙ୍କୁ କଚାଡ଼ି ଦେଇଥିଲା। ହାତୀ ଆକ୍ରମଣରେ ସୂର୍ଯ୍ୟକାନ୍ତ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାତୀଟି ଏବେ ସ୍ଥାନୀୟ ଅଞ୍ଚଳରେ ବୁଲି ଫସଲ ନଷ୍ଟ କରୁଛି। ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି। ହାତୀ ଭୟରେ ଗାଁରେ ଏବେ ତାଟି କବାଟ ପଡ଼ିଛି।