ଘଟଗାଁ, (ବାଘୁଆବାର୍ତ୍ତା): ହାତୀ ଆତଙ୍କ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ନିକଟବର୍ତ୍ତି ପୋଇପାଣି ଗାଁ ରାସ୍ତାରେ ହାତୀପଲ ଆତଙ୍କ ଖେଳାଇଛନ୍ତି । ମଙ୍ଗଳବାର ସକାଳେ ହାତୀ ପଲଙ୍କୁ ସ୍ଥାନୀୟ ଲୋକେ ରାସ୍ତାରେ ଦେଖିବାକୁ ପାଇଥିଲେ । ୧୦ ଟି ହାତୀ ରାସ୍ତା ପାର୍ ହେଉଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ଗଜରାଜଙ୍କୁ ଘଉଡାଇବାକୁ ଚେଷ୍ଟା ଚଲାଇଛି । ତେବେ ହାତୀପଲ ଗାଁ ମୁହାଁ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।






