ବାରିପଦା, (ବାଘୁଆବାର୍ତ୍ତା): ବାରିପଦା ସହରରେ ବୁଲୁଛି ଦନ୍ତା। ଆଜି ସକାଳୁ ମୁର୍ଗବାଡି ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଥିଲା। ହାତୀଟି କୌଣସି କ୍ଷୟକ୍ଷତି ଘଟାଇ ନଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୂଚନାନୁଯାୟୀ, ଆଜି ସକାଳୁ ବାରିପଦା ସହରର ମୁର୍ଗବାଡି ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି। ତେବେ ହାତୀଟି କୌଣସି କ୍ଷୟକ୍ଷତି ଘଟାଇ ନଥିବା ଜଣାପଡିଛି। ବାରିପଦା ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଏବେ ହାତୀଟି ଶଙ୍ଖାଭଙ୍ଗା ଅଞ୍ଚଳରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଝାଡ଼ଖଣ୍ଡି ହାତୀଟି ପଶ୍ଚିମବଙ୍ଗ ଆଡୁ ଦେଉଳି ଆଡ଼କୁ ଆସିଥିବାର ଅନୁମାନ କରାଯାଉଛି। ହାତୀଟି ରାତି ସାରା ଧାଡିପଡା, କୁଆବୁଡା ଅଞ୍ଚଳରେ ରହିଥିବା ବେଳେ ଆଜି ସକାଳୁ ମୁନିସିବନ୍ଧ ଆଡେ ଦେଇ ତକତପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରହିଥିବାର ସୂଚନା ମିଳିଛି ।






