ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅଧିନ ଶାଳିଜଙ୍ଗା, ନଡିଆଭଙ୍ଗା ଓ ଗୋବର୍ଦ୍ଧନପୁର ଆଦି ପଞ୍ଚାୟତରେ ହାତୀ ଉପଦ୍ରବ । ଦିନକୁ ଦିନ ହାତୀଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଟମକା ମହାଗିରି ଜଙ୍ଗଲରୁ ହାତୀପଲ ଏହି ଅଞ୍ଚଳକୁ ଆସି ରଥପଦା, ଦୁର୍ଗାପୁର, କମଳାବାହାଳି ଓ ଶଗଡ଼ଗୁଳାଆଦି ଗ୍ରାମରେ ଆତଙ୍କ ସୃଷ୍ଟି କରୁଛନ୍ତି। ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି ଏହି ଜଙ୍ଗଲୀ ହାତୀପଲ। ଗତ କିଛିଦିନ ହେବ ସେମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଛନ୍ତି। ତେବେ ଜଙ୍ଗଲୀ ହାତୀପଲ ଜନବସତି ମୁହାଁ ହେଉଥିବାରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଏନେଇ ସ୍ଥାନୀୟ ଲୋକେ ଟମକା ବନଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେପଟେ ଗଜରାଜଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବା ସହ ଘଉଡାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବ ବୋଲି ବନ ଅଧିକାରୀ କହିଛନ୍ତି।






