ନବରଙ୍ଗପୁର, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସମ୍ବଲପୁର ଗାଁ ନିକଟ ଜଙ୍ଗଲରେ ହାତୀପଲଙ୍କ ଉତ୍ପାତ। ୫ ଏକର ମକା ଫସଲ ଖାଇଲେ ଓ ଦଳି ନଷ୍ଟ କଲେ ୧୪ ଟିକିଆ ହାତୀପଲ। ୨ଟି ଛୁଆ ହାତୀ ସହ ୧୪ଟି ହାତୀ ପଡୋଶୀ ରାଜ୍ୟ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ରିସଗାଁ ରେଞ୍ଜ୍ ସଂରକ୍ଷିତ ଜଙ୍ଗଲ ପଟୁ ନବରଙ୍ଗପୁର ଜିଲ୍ଲାକୁ ପଶିଆସିଛନ୍ତି। ଗତକାଲି ରାତି ପ୍ରାୟ ୨ଟା ବେଳେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ରିସଗାଁ ରେଞ୍ଜ୍ ସଂରକ୍ଷିତ ଜଙ୍ଗଲରୁ ହାତୀପଲ ଆସି ନବରଙ୍ଗପୁର ରାଇଘର ବ୍ଲକ ସମ୍ବଲପୁର ଗାଁ ନିକଟ ଜଙ୍ଗଲରେ ପଶିଥିଲେ। ଏହି ୧୪ ଟିକିଆ ହାତୀପଲ ଗତକାଲି ବିଳମ୍ବିତ ରାତିରେ ମକା ଫସଲ ଖାଇବା ସହ ଦଳି ମକଚି ନଷ୍ଟ କରି ଛତିଶଗଡ଼ ଜଙ୍ଗଲକୁ ପୁଣି ଫେରି ଯାଇଛନ୍ତି। ଏନେଇ ରାଇଘର ବନ ବିଭାଗ ସୂଚନା ଦେଇଛି। ତେବେ ହାତୀପଲଙ୍କୁ ନେଇ ଏବେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।






