Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାରୁ ପୁରୁଷ ପାଲଟିଲେ ହଲିଉଡ ଷ୍ଟାର, ଏଲନ ପେଜ ରୁ ଏଲଟ ପେଜ

by ସଞ୍ଜୟ ସ୍ୱାଇଁ
May 27, 2021
in NATIONAL NEWS
ମହିଳାରୁ ପୁରୁଷ ପାଲଟିଲେ ହଲିଉଡ ଷ୍ଟାର, ଏଲନ ପେଜ ରୁ ଏଲଟ ପେଜ
496
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ମହିଳାରୁ ପାଲଟିଗଲେ ପୁରୁଷ । ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଏଲନ ପେଜ ଏବେ ଏଲଟ ପେଜ ନାଁରେ ଜଣାଶୁଣା । ସର୍ଜରୀ କରି ପୁରୁଷ ପାଲଟିବା ପରେ ଏବେ ସେ ନିଜର ୬ ପ୍ୟାକ ଆବ୍ସ ଦେଖାଇଛନ୍ତି । ଯାହାର ଫଟୋକୁ ଏଲଟ ସେଆର କରିଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଜୁନୋ ଏବଂ ଇଂସେପ୍ସନ ଭଳି ପ୍ରସିଦ୍ଧ ହଲିଉଡ ଫିଲ୍ମରେ କାମ କରିଥିବା ଏଲଟ ଡିସେମ୍ବର ୨୦୨୦ ରେ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସେ ଜଣେ ଟ୍ରାନ୍ସଜେଣ୍ଡର ବୋଲି ସୂଚନା ଦେଇଥିଲେ । ଏବେ ତାଙ୍କର ୬ ପ୍ୟାକ ଆବ୍ସର ଫଟୋ ସାମ୍ନାକୁ ଆସିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ନିକଟରେ ଓପେରା ୱିନଫ୍ରେଙ୍କ ସହ ଇଣ୍ଟରଭ୍ୟୁରେ ଏଲଟ କହିଥିଲେ, ତାଙ୍କ ପିଲା ଦିନ ସାଧାରଣ ଥିଲା । ଯେତେବେଳେ ସେ କିଶୋର ଅବସ୍ଥାକୁ ଆସିଥିଲେ ସେତେବେଳେ ତାଙ୍କ ଶରୀରରେ ପରିବର୍ତ୍ତନ ହେବା ଦେଖିଥିଲେ । ଧୀରେ ଧୀରେ ହଲିଉଡରେ ପାଦ ଦେବା ପରେ ସେ ପୁରାପୁରି ବଦଳି ଯାଇଥିଲେ । ୨୦୦୭ରେ ଫିଲ୍ମ ‘ଜୁନୋ’ର ପ୍ରମୋସନ ବେଳେ ଏଲଟ ଓସ୍କାରର ରେଡ କାରପେଟ ପାଇଁ ଏକ ଡ୍ରେସ ପନ୍ଧିଥିଲେ । କିନ୍ତୁ ପରେ ଯେତେବେଳେ ସେ ନିଜର ଫଟୋ ଦେଖିଥିଲେ ସେତେବେଳେ ତାଙ୍କୁ ବେଶ ଅଡୁଆ ଲାଗିଥିଲା ବୋଲି କହିଛନ୍ତି । ପେଜ ଆହୁରି କହିଛନ୍ତି, ମହିଳାଙ୍କ ଡ୍ରେସ ପିନ୍ଧିବାକୁ ତାଙ୍କୁ ଭଲ ଲାଗୁନଥିଲା । ଏହା ପରେ ସେ ସର୍ଜରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସର୍ଜରୀ ପରେ ସେ ପୁଣି ନିଜକୁ ଫେରି ପାଇଥିବା କହିଛନ୍ତି । କେବଳ ସେତିକି ନୁହେଁ ଟ୍ରାନ୍ସଜେଣ୍ଡର ଲୋକଙ୍କ ସଘଂର୍ଷ କ’ଣ ତାହା ମୁଁ ବୁଝିପାରୁଛି ତେଣୁ ତାଙ୍କ ପ୍ରତି ମୋର ସମର୍ଥନ ସର୍ବଦା ରହିବ ବୋଲି ସେ କହିଛନ୍ତି । ଏହି ହଲିଉଡ ଷ୍ଟାର ଜଣକ ୨୦୧୪ରେ ନିଜକୁ ଲେସବିଆନ ଘୋଷଣା କରିଥିଲେ । ପରେ ୨୦୧୮ ରେ କାନାଡାର ଡ୍ୟାନ୍ସର ଏମ୍ମା ପୋର୍ଟରଙ୍କ ସହ ବିବାହ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!