ଜଳେଶ୍ୱର, (ବାଘୁଆବାର୍ତ୍ତା): ଜଳେଶ୍ୱର ଥାନା ଆରଆର ପୁର ଗାଁରେ ଅଘଟଣ। ଘର ଧାନ ଅମାରରୁ ଧାନ କାଢୁ ଥିଲାବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ। ମୃତ ଯୁବକ ଜଣକ ହେଲେ ଗୋପାଳ କୃଷ୍ଣ ସାହୁ। ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଆର.ଆର.ପୁର ଗ୍ରାମର ଭାଗବତ ସାହୁଙ୍କ ପୁଅ ଗୋପାଳ କୃଷ୍ଣ ସାହୁ(ବୟସ ୨୮ )ଆଜି ସକାଳ ସମୟରେ ନିଜ ଘର ଧାନ ଅମାରରୁ ଧାନ କାଢୁଥିଲେ। ଏତିକି ବେଳେ ଅମାର ପାଖ ଦେଇ ଯାଇଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ସେ ଆସିଥିଲେ। ଘର ଲୋକ ଜାଣି ପାରି ଯୁବକଙ୍କୁ ସଙ୍ଗେସଙ୍ଗେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଆସିଥିଲେ। ଡାକ୍ତର ସେଠାର ତାଙ୍କୁ ମୃତ ଘୋଷଣା କରିଥିଲା ବେଳେ ଜଳେଶ୍ୱର ପୋଲିସ ଶବ ଜବତ କରି ଏକ ମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଗୋପାଳ କୃଷ୍ଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।






