ସୋନପୁର (ବାଘୁଆବାର୍ତ୍ତା): ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରେ ଲୁହା ବିଦ୍ୟୁତ ଖୁଣ୍ଟଚୋରି ଗ୍ୟାଙ୍ଗ ସକ୍ରିୟ । ତେବେ ଚୋରି କରୁଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡିଛି ଲୁଟେରା । ଉଲୁଣ୍ଡା ଅଞ୍ଚଳରେ ନୂତନ ଗ୍ରୀଡ କାମ ପାଇଁ ପୋତାଯାଇଥିବା ଲୁହା ବିଦ୍ୟୁତ ପୋଲକୁ ଗ୍ୟାସ କଟର ମାଧ୍ୟମରେ କାଟି ଏମାନେ ଚୋରି କରୁଥିଲେ । ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ ମାଟୁପାଲି ଠାରେ ଲୁହା ବିଦ୍ୟୁତ ଖୁଣ୍ଟକୁ ଗ୍ୟାସ କଟର ଦ୍ୱାରା କାଟୁଥିବା ବେଳେ ଦେଖିଥିଲେ ଗ୍ରାମବାସୀ । ଗ୍ରାମବାସୀଙ୍କୁ ଦେଖି ୪ ଜଣ ଫେରାର ମାରିଥିବା ବେଳେ ଜଣେ ଗାଁ ଲୋକଙ୍କ ହାବୁଡରେ ପଡିଯାଇଥିଲା । ଜଣକୁ କାବୁ କରି ଉଲୁଣ୍ଡା ପୋଲିସକୁ ଜିମା ଦେଇଛନ୍ତି ଗାଁ ଲୋକେ । ପୂର୍ବରୁ ମଧ୍ୟ ଲୁହା ବିଦ୍ୟୁତ ଖୁଣ୍ଟ ଚୋରି ନେଇ ଉଲୁଣ୍ଡା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଉଲୁଣ୍ଡା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ।






