Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟୁତ ବିଭାଗର ଅଜବ ନିତୀ: କନେକ୍ସନ ନଥାଇ ଆସିଲା ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବିଲ

by ସଞ୍ଜୟ ସ୍ୱାଇଁ
July 6, 2021
in State
ବିଦ୍ୟୁତ ବିଭାଗର ଅଜବ ନିତୀ: କନେକ୍ସନ ନଥାଇ ଆସିଲା ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବିଲ
105
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ। ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି। କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି । ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତରୁ। ବୌଦ୍ଧ ଉଠାଜଳସେଚନ ବିଭାଗ ପକ୍ଷରୁ ୨୦୧୪-୧୫ ମସିହାରେ ଜମିକୁ ଜଳସେଚନ କରିବା ପାଇଁ ଗଭୀର କୂଅ ଖନନ କରାଯାଇଥିଲା । ହେଲେ ମୋଟର ବସିନି କି ବିଦ୍ୟୁତ ମଧ୍ୟ ସଂଯୋଗ ହେଇନି । ହେଲେ ୧୨ଜଣ ଚାଷୀଙ୍କ ନାଁରେ ଆସିଛି ଲକ୍ଷାଧିକ ଟଙ୍କାର ବିଲ ତାକୁ ନେଇ ଚିନ୍ତାରେ ଚାଷୀ। ୨୦୧୪-୧୫ ମସିହାରେ ମରୁଡ଼ି ସମସ୍ୟା ଦୂର କରିବା ପାଇଁ କାଶଲପୁର ଗ୍ରାମର ୮ ଜଣ ଓ ବ୍ରହାଣିପାଲି ଗ୍ରାମର ୪ଜଣ ଚାଷୀ ଋଣ କରିକରି ଗଭୀରକୂପ ଖନନ ପାଇଁ ଆବେଦନ କରିଥିଲେ । କୂଅ ମଧ୍ୟ ଖୋଳା ହେଲା। ହେଲେ ଉଠା ଜଳସେଚନ ବିଭାଗର ଖାମଖିଆଲି ମନଭାଵ ଯୋଗୁଁ ମୋଟର ବସି ପାରିଲା ନାହିଁ। ବାରମ୍ବାର ଅଫିସ ଦୌଡି ଦୌଡି ନୟାନ୍ତ ହୋଇଥିଲେ ସୁଦ୍ଧା ଚାଷୀଙ୍କ କିଛି ସୁଫଳ ହେଇ ପାରିଲା ନାହିଁ। କାଶଲପୁର ଗ୍ରାମର ଚାଷୀ ରମେଶ ପ୍ରସାଦ ଦାଶ। କୂଅ ଖୋଳି ଆଶା କରିଥିଲେ ଚାଷ କରିବେ। ହେଲେ କୂଅ ଖୋଳିଥିଲେ ବି ମୋଟର ଲାଗିନି। ହେଲେ ଛଅ ବର୍ଷ ପରେ ଆସିଛି ୫୮ହଜାର ଟଙ୍କାର ବିଦ୍ୟୁତ ବିଲ। ରମେଶଙ୍କ ପରି ୧୨ଜଣ ଚାଷୀଙ୍କ ସମାନ ଅବସ୍ଥା। କିଏ ୫ଏକର ଚାଷ ପାଇଁ ତ କିଏ ୧୦ଏକର ଚାଷଜମିରେ ଜଳସେଚନ ସୁବିଧା ପାଇଁ ଆବେଦନ କରିଥିଲେ । ହେଲେ କେହି ଶୁଣି ନ ଥଲେ । ବର୍ତ୍ତମାନ ୬ବର୍ଷ ପରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ଆସିବାରୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । କରୋନା ପାଇଁ ଦୀର୍ଘ ଦୁଇବର୍ଷ ହେଲା ଲକଡାଉନ ସଡ଼ଡାଉନ ହେବା ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ପୁଣି ଚାଷୀମାନଙ୍କ ନାମରେ କାହାର ୫୮ହଜାର ଟଙ୍କା ତ’ କାହାର ୪୦ହାଜର ଟଙ୍କ।ର ବିଦ୍ୟୁତ ବିଲ ଆସିଛି । ଅନ୍ୟପକ୍ଷରେ ଏନେଇ ଉଠାଜଳସେଚନ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ତାଙ୍କର ୨୦ ହଜାର ଟଙ୍କା ଡିପୋଜିଟ ହୋଇନାହିଁ, ତେଣୁ ମଟର ଲାଗିନାହିଁ ବୋଲି କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ତେବେ ବିଦ୍ୟୁତ ବିଲ ଆସିଲା କେମିତି? ଏ ନେଇ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରୁ ଯଦି ସେମିତି ହୋଇଛି ଉଠା ଜଳସେଚନ ବିଭାଗ ଚାଷୀମାନେ ଖଣ୍ଡେ ଆବେଦନ କଲେ ଆମେ ତଦନ୍ତକରି ବିଦ୍ୟୁତ ବିଲ ନେବୁ ନାହିଁ ବୋଲି କହିଛନ୍ତି। ସରକାର ଗରିବ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିଲେ ସୁଦ୍ଧା ବାସ୍ତବରେ ଏହା କାର୍ୟ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ତେବେ ଖୁବଶୀଘ୍ର ଚାଷୀଙ୍କ ଜମିରେ ମୋଟର ଲଗାଇବା ସହ ଜଳ ସେଚନ ସୁବିଧା କରିବାକୁ ଚାଷୀମାନେ ଦାବି କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!