ନୟାଗଡ଼, (ବାଘୁଆବାର୍ତ୍ତା): ଦିନ ଯାକ ଅଘୋସିତ ବିଦ୍ୟୁତ କାଟ ଏବଂ ସନ୍ଧ୍ୟା ହେଲେ ବିଦ୍ୟୁତ ସେବାରୁ ବିଛିନ୍ନ ହେଉଛି ୪ ଗାଁ । ଏପରି ଅଭିଯୋଗ ଆସିଛି ଆଉକେଉଁଠୁ ନୁହେଁ ବରଂ ନୟାଗଡ ସଦର ମହକୁମାରୁ ମାତ୍ର ୧୦ କିଲୋମିଟର ଦୁର ଗମ୍ଭାରିଡିହିରୁ । ଗତ ୩୦ ତାରିଖରେ ଲଗାଣ ବର୍ଷା ପରେ ସ୍ଥାନୀୟ ଅଞ୍ଚଳରେ ଆରମ୍ଭ ହୋଇଛି ଏପରି ସମସ୍ୟା । ଗମ୍ଭାରିଡିହି ଗାଁର ୩ ଟି ସାହି ସମେତ କୃଷ୍ଣାଦେଇପୁର, ଚନ୍ଦ୍ରଶେଖରପୁର ଓ ଦେଉଳିରେ ଗାଁ ଲୋକ ଲଗାତର ୩ ଦିନ ସନ୍ଧ୍ୟାରୁ ସକାଳ ପର୍ୟ୍ୟନ୍ତ ବିଦ୍ୟୁତ ସେବାରୁ ବଞ୍ଚିତ ହେଇ ଆସୁଛନ୍ତି । ଦିନ ତମାମ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ସନ୍ଧ୍ୟା ହେବା ମାତ୍ରେ ବିଦ୍ୟୁତ ସେବା ବନ୍ଦ ହୋଇଯାଉଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଜନ ଆକ୍ରୋଷର ରୂପ ନେବାକୁ ଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଏ ଦିଗରେ ବିଦ୍ୟୁତ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି ।






