ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ସୁନ୍ଦୁରିଆପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘରକାମ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେରେ ଆସିଥିବା ସୂଚନା ମିଳିଛି । ଚିକିତ୍ସା ପାଇଁ ସମସ୍ତଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକମାନେ ହେଲେ ୫୦ ବର୍ଷ ବୟସ୍କା ଝୁନୁ ଗୌଡ଼ ଓ ଆଠଗଡ଼ ଗ୍ରାମର ମିସ୍ତ୍ରୀ ୨୭ ବର୍ଷୀୟ ଗୋପାଳ ବେହେରା । ବୁଧବାର ସୁନ୍ଦୁରିଆପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଗ୍ରୀଲ୍ ବସାଇବା କାମ ଚାଲିଥିବା ବେଳେ ଘରକୁ ଆସିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଘଟଣ ଘଟିଛି ବୋଲି ସୂଚନା ମିଳିଛି ।





