ଟାଙ୍ଗି, (ବାଘୁଆବାର୍ତ୍ତା): ଟ୍ରାଂସ୍ଫର୍ମର କୁ ଭାଙ୍ଗି ସେଥିରୁ ମୂଲ୍ୟବାନ ତମ୍ବା ତାର କାଡି ନେଉଛନ୍ତି। ଚୋର ମାନଙ୍କ ଏବେ ଲୋଲୁପ ଦୃଷ୍ଟି ପଡ଼ିଛି ବିଦ୍ୟୁତ୍ ବିଭାଗର ଇଲେଟ୍ରିକ୍ ଟ୍ରାଂସ୍ଫର୍ମର ଉପରେ। ଶୀତୁଆ ରାତିରେ ଲୋକମାନେ ଗାଡନିଦ୍ରା ଶୋଇଗଲା ପରେ ସକ୍ରିୟ ହୋଇଯାଉଛନ୍ତି ଚୋରମାନେ। କରେଣ୍ଟ କାଟି ଟ୍ରାଂସ୍ଫର୍ମର କହୁଛନ୍ତି ଚୋରୀ । ଦୁଇ ସପ୍ତାହ ମଧ୍ୟରେ ୫ ଇଲେଟ୍ରିକ୍ ଟ୍ରାଂସ୍ଫର୍ମର ପୃଥକ୍ ପୃଥକ୍ ଚୋରୀକରି ନେଇଗଲେଣୀ ଚୋର। ଏ ସଂପର୍କରେ ଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କନିଷ୍ଟ ଯନ୍ତ୍ରୀ ସରୋଜ କୁମାର ମହାନ୍ତି। ହେଲେ ପୋଲିସ ହାତ ଖାଲି।
କୁହୁଡ଼ି ସେକ୍ସନ ଅଧିନ କାର୍ଯ୍ୟାଳୟ, ରଘୁନାଥପୁର, ବୃଷବବନ୍ଧ, ରତନପୁର ଅଞ୍ଚଳରୁ ଲଗାତାର ଭାବେ ରେ ଏଭଳି ଚୋରି ହୋଇଛି। ରାତିରେ ବୃଷବବନ୍ଧ ଅଞ୍ଚଳରୁ ଗୋଟାଏ ଟ୍ରାଂସ୍ଫର୍ମର ଚୋରି କରିବାକୁ କରେଣ୍ଟ କାଟିବାରୁ ଲୋକେ ତୁରନ୍ତ ଟ୍ରାଂସ୍ଫର୍ମର ପାଖକୁ ଯିବାରୁ ସେଠାରୁ ତୁରନ୍ତ ଚୋରମାନେ ଦୌଡ଼ି ପଳାଇଥିଲେ । କିନ୍ତୁ ଗ୍ରାମବାସୀ ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଓ ବିଦ୍ୟୁତ୍ ବିଭାଗର କର୍ମଚାରୀ ଆସି ଅନୁଧ୍ୟାନ କରିଛନ୍ତି। କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଚୋରଙ୍କୁ ତୁରନ୍ତ ଧରିବାରେ ପୁଲିସ ତତ୍ପର ନହୋଇଲେ।
ସେମାନଙ୍କର ପଦୂର୍ଭାବ ଆହୁରି ବଢିଯିବ। ସେମାନେ ଲୋକଙ୍କ ଘରେ ପଶି ଡକାୟତି କାଟିବାକୁ ପଛାଇବେନାହି। ଅଣୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବିଦ୍ୟୁତ୍ ବିଭାଗର ଏତଲା ଓ ସ୍ଥାନୀୟ ଜନସାଧାରଣ ଅଭିଯୋଗ ପରେ କଣ ଆଭିମୁଖ୍ୟ ଗ୍ରହଣ କରି ପୁଲିସ୍ ଚୋରମାନଙ୍କୁ ଧରିବାରେ ସକ୍ଷମ ହେଉଛି ନା ଆଉ କେଉଁଠି ଟ୍ରାଂସ୍ଫର୍ମର ଚୋରି ଅଭିଯୋଗ ଆସୁଛି ତାହା ଦେଖିବାକୁ ବାକି ରହିଲା।





