Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଫଳାଫଳ:ଦ୍ୱିତୀୟ ରାଉଣ୍ଡରେ ଦ୍ରୌପତି ମୁର୍ମୁ ୮୦୯ ଭୋଟ୍

by ସଞ୍ଜୟ ସ୍ୱାଇଁ
July 21, 2022
in Breaking
ବିଧାନ ସଭା ସମ୍ମିଳନୀ କକ୍ଷକୁ ପାଛୋଟି ନେଲେ ମୁଖ୍ୟମନ୍ତ୍ରୀ, ବିଜେଡି ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କଲେ ଦ୍ରୌପଦୀ ମୁର୍ମୁ
159
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବର୍ତ୍ତମାନର ତାଜା ଖବର । ଭାରତ ଦେଖିବାକୁ ଯାଉଛି ନୂଆ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଜଣାପଡିବ କିଏ ହେବ ଭାରତର ନୂଆ ରାଷ୍ଟ୍ରପତି । ଭୋଟ ଗଣତି ପକ୍ରିୟା ଚାଲିଛି । ଏବଂ ଦ୍ୱିତୀୟ ରାଉଣ୍ଡ ଭୋଟ୍ ଗଣତି ପକ୍ରିୟା ଶେଷ ହୋଇଥିବା ବେଳେ ଏନଡିଏର ପ୍ରାର୍ଥୀନୀ ଦ୍ରୌପତି ମୁର୍ମୁ ୮୦୯ ଭୋଟ୍ ଥିବା ଜଣାପୋଡିଛି । ପ୍ରଥମ ପର୍ୟ୍ୟାୟ ଭଳି ଦ୍ବିତୀୟ ପର୍ୟ୍ୟାୟରେ ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗରେ ଅଛନ୍ତି । ଦ୍ବିତୀୟ ପର୍ୟ୍ୟାୟରେ ୧୦ଟି ରାଜ୍ୟର ବିଧାୟକଙ୍କ ଭୋଟ ଗଣତି ହୋଇଛି । ଯେଉଁଥିରୁ ଦ୍ରୌପଦୀ ମୁର୍ମୁଙ୍କୁ ୮୦୯ ଭୋଟ୍ ମିଳିଛି । ଯାହାର ମୂଲ୍ୟ ୧ ଲକ୍ଷ ୫ ହଜାର ୨୯୯ । ସେହିପରି ଦ୍ବିତୀୟ ପର୍ୟ୍ୟାୟରେ ଯଶଓ୍ବନ୍ତ ସିହ୍ନାଙ୍କୁ ୩୨୯ ଖଣ୍ଡ ଭୋଟ ମିଳିଛି । ଯାହାର ମୂଲ୍ୟ ୪୪ ହଜାର ୨୭୬ ।ଉଭୟ ପ୍ରଥମ ଓ ଦ୍ବିତୀୟ ପର୍ୟ୍ୟାୟ ଭୋଟକୁ ମିଶାଇ ଦ୍ରୌପଦୀ ୧୩୪୯ ଭୋଟ ପାଇଛନ୍ତି । ଯାହାର ମୂଲ୍ୟ ୪ ଲକ୍ଷ ୮୩ ହଜାର ୨୯୯ ଖଣ୍ଡ । ଦୁଇ ପର୍ୟ୍ୟାୟର ଭୋଟକୁ ମିଶାଇ ଯଶଓ୍ବନ୍ତ ୫୩୭ ଖଣ୍ଡ ଭୋଟ୍ ପାଇଛନ୍ତି । ଯାହାର ମୂଲ୍ୟ ଏକ ଲକ୍ଷ ୮୯ ହଜାର ୮୭୬ । ଦ୍ବିତୀୟ ପର୍ୟ୍ୟାୟରେ ୧୦ଟି ରାଜ୍ୟର ଭୋଟ୍ ଗଣତି ହୋଇଛି । ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ ଓ ଝାଡ଼ଖଣ୍ଡ । ପ୍ରଥମ ପର୍ୟ୍ୟାୟରେ ସାଂସଦଙ୍କ ଭୋଟ୍ ଗଣତି ହୋଇଥିଲା । ଯେଉଁଥିରେ ଦ୍ରୌପଦୀଙ୍କୁ ୫୪୦ ଖଣ୍ଡ ଭୋଟ ମିଳିଥିଲା । ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଥିଲା । ସେହିପରି ପ୍ରଥମ ପର୍ୟ୍ୟାୟରେ ଯଶଓ୍ବନ୍ତଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି । ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!