ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଭାରତର ନିର୍ବାଚନ ଆୟୋଗ ଆଜି ୪ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତାରିଖ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ୮ଟି ପର୍ୟ୍ୟାୟ, ଆସାମରେ ୩ଟି ପର୍ୟ୍ୟାୟ ଏବଂ ତାମିଲନାଡ଼ୁ,କେରଳ,ପୁଡୁଚେରିରେ ଗୋଟିଏ ପର୍ୟ୍ୟାୟରେ ନିର୍ବାଚନ ହେବ । ପଶ୍ଚିମବଙ୍ଗର ୨୯୪ଟି ଆସନ, ତାମିଲନାଡ଼ୁର ୨୩୪ଟି ଆସନ,କେରଳର ୧୪୦ଟି ଆସନ,ଆସାମର ୧୨୬ଟି ଆସନ ଓ ପୁଡ଼ୁଚେରିର ୩୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହିତ କେରଳର ମାଲ୍ଲାପୁରମ ଲେକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏସବୁ ନିର୍ବାଚନ ହେବ ବୋଲି ଶ୍ରୀ ଆରୋରା ସୂଚନା ଦେଇଛନ୍ତି । ଆସାମ : ୩ଟି ପର୍ୟ୍ୟାୟ, ଭୋଟ ଗ୍ରହଣ : ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬ । ସେହିଭଳି ଭାବେ କେରଳ : ଗୋଟିଏ ପର୍ୟ୍ୟାୟ ଭୋଟ ଗ୍ରହଣ : ଏପ୍ରିଲ ୬ ତାରିଖରେ କରାଯିବ । ତାମିଲନାଡ଼ୁ : ଗୋଟିଏ ପର୍ୟ୍ୟାୟ; ଭୋଟ ଗ୍ରହଣ ଏପ୍ରିଲ ୬ ତାରିଖରେ କରାଯିବ । ଏପ୍ରିଲ ୬ ପୁଡୁଚେରୀ : ଗୋଟିଏ ପର୍ୟ୍ୟାୟ ଭୋଟ ଗ୍ରହଣ କରାଯିବ । ଅନ୍ୟପକ୍ଷେ, ପଶ୍ଚିମବଙ୍ଗ : ୮ଟି ପର୍ୟ୍ୟାୟ ,ଭୋଟ ଗ୍ରହଣ କରାଯିବ । ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ଏପ୍ରିଲ ୧୭, ଏପ୍ରିଲ ୨୨, ଏପ୍ରିଲ ୨୬, ଏପ୍ରିଲ ୨୯ ମତଦାନ ହେବ ବୋଲି ସୂଚନା ମିଳିଛି ।





