Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକ ଘଣ୍ଟାର ଡ୍ରାମା, ଏକ ମିନିଟରେ ଶେଷ : ଆମ ପୁଲିସ

by ସଞ୍ଜୟ ସ୍ୱାଇଁ
December 22, 2019
in Entertainment
ପୁଲିସ ଗାଡ଼ିରୁ ଯୁବକ ଚମ୍ପଟ
31
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ଥା) : ନୟାଗଡ଼ ସହରର ରାଜୀବ ମାର୍କେଟ ଆଗରେ ଶନିବାର ଅପରାହ୍ନ ୪ ଘଟିକା ସମୟରେ ଛତିଶଗଡ଼ର ସିଜି ୦୪ ଏମ୍ଜେ ୯୮୯୫ ନମ୍ବର ବିଶିଷ୍ଟ ହୁଣ୍ଡାଇ କାର ଡ୍ରାଇଭରଙ୍କ ଉନ୍ମୁକ୍ତ କାଣ୍ଡ ସମସ୍ତଙ୍କୁ ଚକିତ କରିଥିଲା । ଉକ୍ତଗାଡ଼ିରେ ଡ୍ରାଇଭରଙ୍କ ସମେତ ଜଣେ ମହିଳା, ଜଣେ ଯୁବତୀ, ଦୁଇ ବର୍ଷର ଏକ ଛୋଟ ଛୁଆଙ୍କ ସହ ଦୁଇଜଣ ପୁରୁଷ ପୁରୀରୁ ଛତିଶଗଡ଼ ଅଭିମୂଖେ ଯାତ୍ରା କରୁଥିଲେ । ନୟାଗଡ଼ ସହରରେ ଗାଡ଼ି ଯାଉଥିବା ବେଳେ ହଠାତ୍ ଗାଡ଼ିରୁ ଡ୍ରାଇଭର ଓହ୍ଲାଇବା ପରେ ଗାଡ଼ିରେ ବସିଥିବା ମହିଳା ଡ୍ରାଇଭରଙ୍କୁ ନିଦ୍ଧୁର୍ମ ପିଟିଥିଲେ । ଶହଶହ ଲୋକ ରୁଣ୍ଡ ହୋଇଥିଲେ । ଯାହାକୁ ନେଇ ଏକ ଘଣ୍ଟାର ଡ୍ରାମା ଚାଲିଥିଲା । ଜଣାପଡ଼ିଥିଲା, ଡ୍ରାଇଭର ଜଣଙ୍କ ଏତେ ପରିମାଣର ମଦ ପିଇଥିଲେ ଯେ, ଗାଡ଼ି ଚଲାଇବା କଷ୍ଟକର ଥିଲା । ଏହି ସମୟରେ ପୁଲିସ ଗାଡ଼ି ପହଂଚିଥିଲା । ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଏଭଳି ହୋଇଥିଲା ଯେ, ଗାଡ଼ିରେ ଥିବା ଜଣେ ଯୁବକଙ୍କୁ ପୁଲିସ ନେଇ ନିଜ ଗାଡ଼ିରେ ବସାଇଥିଲା । ଯୁବକ ଜଣଙ୍କ ହଠାତ୍ ଗାଡ଼ିରୁ ଦୈାଡ଼ି ପଳାଇଥିବା ବେଳେ ଘଟଣା ଦେଖିବାକୁ ଶହଶହ ଲୋକ ଉକ୍ତ କାରକୁ ଘେରି ଯାଇଥିଲେ । ଫଳରେ ଦୀର୍ଘ ଏକ ଘଣ୍ଟା କାଳ ରାସ୍ତାରେ ଗାଡ଼ି ଚଳାଚଳ କଷ୍ଟକର ହୋଇପଡ଼ିଥିଲା । ଉପସ୍ଥିତ ପୁଲିସ କର୍ମଚାରୀ ଟ୍ରାଫିକ ସଜାଡ଼ୁ ସଜାଡ଼ୁ ନୟାଗଡ଼ ଟାଉନଥାନାର ଅନ୍ୟଜଣେ ଏଏସଆଇ ଆସି ଘଟଣାସ୍ଥଳରେ ପହଂଚିଥିଲେ । ସେହି କାର ସହିତ କାରରେ ଥିବା ସମସ୍ତଙ୍କୁ ସେ ଥାନାକୁ ନେଇଥିଲେ । ରାତିରେ ଖବର ବୁଝିଲା ବେଳକୁ ଉତ୍ତର ମିଳିଥିଲା, ଏହା ତାଙ୍କ ପାରିବାରିକ କଥା । ପ୍ରକାଶ ଥାଉ କି, ଗତ କିଛିଦିନ ତଳେ ପୁଲିସ ଚେକିଂ ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଏକାଧିକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ଶନିବାର ଯେଉଁ ଘଟଣା ଘଟିଲା,ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିଲେ,ମହିଳା ଜଣଙ୍କ ଉତ୍ୟକ୍ତ ହୋଇ ତାଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଥିଲେ । ଏପରିକି ଡ୍ରାଇଭରଙ୍କ ପ୍ୟାଣ୍ଟ ପକେଟରେ ଏକ ମଦ ବୋତଲ ରହିଥିବା ଦେଖା ଯାଇଥିଲା । ଅଥଚ ପୁଲିସ ତାଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସାଧାରଣ ପ୍ରଶ୍ନ ଉଠିଛି? ଡ୍ରାଇଭରଙ୍କ ଠାରୁ କେତେ ଟଙ୍କାର ଫାଇନ କଟା ଯାଇଛି ? ଆଂଚଳିକ ପରିବହନ ଅଧିକାରୀଙ୍କୁ ଏନେଇ ପୁଲିସ ସୂଚନା ଦେଇଥିଲା କି? ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ କରାଯାଇଛି କି? ମଦ୍ୟପାନ କରି ଗାଡ଼ି ଚଳାଇବା ସରକାରୀ ନିୟମ ଉଲଘଂନ ନୁହେଁ କି? ଜନସାଧାରଣ ଯେଉଁ ଅସୁବିଧାରେ ସେଥିପାଇଁ ଦାୟୀ କିଏ? ଗାଡ଼ିଟି ଦୁର୍ଘଟଣା ଘଟାଇ ଯଦି କାହାର ଜୀବନ ଯାଇଥାନ୍ତା, ସେଥିପାଇଁ କିଏ ଦାୟୀ ରହିଥାନ୍ତା? ପୁଲିସ ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଏହି ଘଟଣାକୁ ଶହ ଶହ ଲୋକ ଦେଖିଛନ୍ତି । ଏଥିସହିତ ରାତିରେ ଜଣେ ମଦ୍ୟପ ବ୍ୟକ୍ତିଙ୍କ ସହ ଦୁଇଜଣ ମହିଳାଙ୍କ ସମେତ ଗୋଟିଏ ସଂମ୍ପୁର୍ଣ୍ଣ ପରିବାରକୁ ପୁଲିସ କେଉଁ ଭରାସାରେ ଛାଡ଼ିଲା ତାକୁ ନେଇ ଆଲୋଚନା ହେଉଛି । ଏହି ଏକ ଘଣ୍ଟାର ଡ୍ରାମା, ଏକ ମିନିଟରେ ଶେଷ ହେବା ପଛର କାରଣ କ’ଣ?

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!