Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟ କ୍ୟାବିନେଟ୍ ବୈଠକ, ୮ଟି ପ୍ରସ୍ତାବ ଉପରେ ମଞ୍ଜୁରୀ

by ସଞ୍ଜୟ ସ୍ୱାଇଁ
May 8, 2025
in State
ରାଜ୍ୟ କ୍ୟାବିନେଟ୍ ବୈଠକ, ୮ଟି ପ୍ରସ୍ତାବ ଉପରେ ମଞ୍ଜୁରୀ
250
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜ୍ୟ କ୍ୟାବିନେଟରେ ଆଠଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି । ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ଅଂଚଳରେ ବିପର୍ଯ୍ୟୟ ସମୟରେ ଏବଂ ପରେ ଜରୁରୀ ସେବା ଯେପରି ବାଧା ସୃଷ୍ଟି ନହୁଏ ତାହା ସୁନିଶ୍ଚିତ କରିବାକୁ ଏହି ଯୋଜନାକୁ ମଂଜୁରୀ ମିଳିଛି । ଏହା ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଜୀବନରେଖା ଭାବେ କାମ କରିବ । ୨୦୨୫-୨୬ରୁ ୨୦୨୯-୩୦ ଏହି ଚାରି ବର୍ଷରେ ୫୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ହଜାରେ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିଭଳି ସବୁ ନିର୍ବାଚନମଣ୍ଡଳୀରେ ଥିବା ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ କରିବା ଏବଂ ସଡକ ଉନ୍ନତିକରଣ ପାଇଁ ନିର୍ବାଚନମଣ୍ଡଳୀୱାରୀ ଅର୍ଥ ବ୍ୟବସ୍ଥା ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି। ଏହି ଯୋଜନାରେ ୨୦୨୪-୨୫ରୁ ୨୦୨୬-୨୭ ଏହି ତିନି ବର୍ଷରେ ୪୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ହିଭଳି ମୁଖ୍ୟମନ୍ତ୍ରୀ ଆମ ବସ ସେବାକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଛି । ଗ୍ରାମାଞ୍ଚଳର ଲୋକଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ, ସୁଲଭ ପରିବହନ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହାର ତଦାରଖ ଓ ନିୟନ୍ତ୍ରଣ ଦାୟିତ୍ବ ଓଏସଆରଟିସିକୁ ଦିଆଯିବ ।ସବୁ ବସରେ ସିସିଟିଭି, ଲାଇଭ ଭ୍ୟାନ ଟ୍ରାକିଂ, ଯାତ୍ରୀ ସୂଚନା ବ୍ୟବସ୍ଥା ସହ ପାନିକ ବଟନ ବି ରହିବ । ମହିଳା, ଛାତ୍ରଛାତ୍ରୀ, ଭିନ୍ନକ୍ଷମ ଓ ବରିଷ୍ଠଙ୍କ ପାଇଁ ବସ ଭଡାରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହି ଯୋଜନାକୁ ୨୦୩୨-୩୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ କ୍ୟାବିନେଟରେ ମଂଜୁରୀ ମିଳିଛି । ଏଥିସହିତ ସରକାରୀ ଡାକ୍ତରଖାନାରେ ମାଗଣା ଡାଇଗ୍ନୋଷ୍ଟିକ ଓ ଡାଏଲିସିସ ସେବା ଯୋଗାଇଦେବାକୁ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ନିଦାନ ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏଥିପାଇଁ ଆଗାମୀ ୫ ବର୍ଷ ପାଇଁ ୨୪୫୯ କୋଟି ୫୧ ଲକ୍ଷ ଟଙ୍କାକୁ କ୍ୟାବିନେଟ ଅନୁମୋଦନ ଦେଇଛି । ସେହିଭଳି ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ନିର୍ମଳ ଦ୍ବିତୀୟ ପର୍ଯ୍ୟାୟ ଯୋଜନାକୁ ମଧ୍ୟ ମଂଜୁରୀ ମିଳିଛି । ଏହାଦ୍ବାରା ସରକାରୀ ଡାକ୍ତରଖାନାରେ ସ୍ବଚ୍ଛତା, ସୁରକ୍ଷା, ଆଟେଣ୍ଡାଣ୍ଟ ଭଳି ଆନୁସଙ୍ଗୀକ ସେବାକୁ ସୁନିଶ୍ଚିତ କରାଯାଇପାରିବ । ଏହି ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ୫୧୭୪ କୋଟି ୭୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ମଂଜୁରୀ ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!