ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ସଙ୍ଗୀନ ହେଉଛି କରୋନା ସ୍ଥିତି । ଧାର୍ଯ୍ୟ ସମୟରେ ବୋର୍ଡ ପରୀକ୍ଷା ସମ୍ଭବ ହୋଇନପାରେ । ଏନେଇ ରାଜ୍ୟ ସରକାର ବାତିଲ କରିପାରନ୍ତି ଦଶମ ବୋର୍ଡ ପରୀକ୍ଷା । ରାଜ୍ୟରେ ବଢୁଥିବା କରୋନ ସ୍ଥିତିକୁ ଦେଖି ନେଇପାରନ୍ତି ସରକାର ନିଷ୍ପତ୍ତି । ମେ ମାସରେ ଦଶମ ବୋର୍ଡ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ପୂର୍ବରୁ ମଧ୍ୟ ସିବିଏସ୍ଇ ଓ ଆଇସିଏସ୍ଇ ପରୀକ୍ଷା ବାତିଲ କରାଯାଇଛି । ପରୀକ୍ଷା ବାତିଲ ହେଲେ କିଭଳି ମାର୍କ ଦିଆଯିବ ଏନେଇ ବିଭାଗ ବିଚାର କରୁଛି । ସେପଟେ ପରୀକ୍ଷା ବାତିଲ୍ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି ।





