ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ଫାଙ୍କା ପଡ଼ିଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦବୀ ସଂମ୍ପର୍କରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ । ଏନଓସି ପାଇନଥିବା ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା । ଶତ ପ୍ରତିଶତ ଓଟିଇଟି ପାସ ଶିକ୍ଷକ ଓ ଅନ୍ୟନ ଆବଶ୍ୟକୀୟ ଭିତ୍ତିଭୂମୀ ନଥିବା ବେଆଇନ ଭାବେ ଚାଲୁଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା । ଶିକ୍ଷକମାନଙ୍କର ସାର୍ଟିଫିକେଟ ଯାଂଚ ପ୍ରକିୟାକୁ ଖୁବଶୀଘ୍ର ଶେଷ କରି ଜାଲ ସାର୍ଟିଫିକେଟ ଧାରୀ ଶିକ୍ଷକମାନଙ୍କୁ ଗିରଫ କରିବା । ସରକାରୀ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ସୃଦୃଢ଼ କରିବା ପାଇଁ ନିୟମିତ ଭାବରେ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ମନିଂଟରିଂ କରାଯିବା ନେଇ ଆଜି କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ରାଜୀବ କୁମାର ସାହୁ ଏବଂ ସଂପାଦକ ଅନୀଲ କୁମାର ପ୍ରଧାନଙ୍କ ସମେତ ଅନେକ ଆଶାୟୀ ଶିକ୍ଷକ ଶିକ୍ଷା କାର୍ଯ୍ୟାଳୟ ଘେରାଉ କରିଥିଲେ ।






