Saturday, November 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ସିଲାବସ୍ ପ୍ରସ୍ତୁତ

by Anil Panda
August 27, 2020
in Feature News
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ସିଲାବସ୍ ପ୍ରସ୍ତୁତ
249
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : କୋଭିଡ୍‌-୧୯ ମହାମାରୀ ଯୋଗୁଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯାଇପାରୁ ନଥିବାରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ବିଶେଷ ବ୍ୟାଘାତ ସୃଷ୍ଟି ହୋଇଛି । ଏଣୁ ଚଳିତ ବର୍ଷ ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରାଯିବା ନିମନ୍ତେ ବିଭିନ୍ନ ଅଭିଭାବକ ମହଲ, ଶିକ୍ଷାବିତ୍‌, ଶିକ୍ଷକ ସମାଜ ଏବଂ ଛାତ୍ର ସମାଜଙ୍କ ତରଫରୁ ନିରନ୍ତର ଦାବି ହୋଇ ଆସୁଅଛି । ଏଥି ମଧ୍ୟରେ କେନ୍ଦ୍ର ସରକାର ବିଶେଷଜ୍ଞ କମିଟିର ଅନୁମୋଦନ କ୍ରମେ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଚଳିତ ଥିବା ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଶିକ୍ଷା ଗବେଷଣା ତାଲିମ ପରିଷଦ (ପ୍ରଥମରୁ ଅଷ୍ଟମ ଶ୍ରେଣୀ), ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ (ନବମରୁ ୧୦ମ ଶ୍ରେଣୀ) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ଏକାଦଶରୁ ଦ୍ୱାଦଶ ଶ୍ରେଣୀ) କାର୍ଯ୍ୟାଳୟର ସିଲାବସ୍‌ କମିଟିରେ ଥିବା ବିଷୟ ବିଶେଷଜ୍ଞମାନଙ୍କ ଦ୍ୱାରା ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇ ଚଳିତ ବର୍ଷ ପାଇଁ ଉଦ୍ଦିଷ୍ଟ ପ୍ରଚଳିତ ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ଏଥି ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଂପର୍କିତ ବିଷୟବସ୍ତୁ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏତଦ୍‌ବ୍ୟତୀତ ଭବିଷ୍ୟତରେ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ଜେଇଇ ଓ ନିଟ୍‌ ପରି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆମ ଛାତ୍ରଛାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଉକ୍ତ କମିଟିର ରିପୋର୍ଟକୁ ଆଧାର କରି ଶିକ୍ଷାବର୍ଷର ସିଲାବସ୍‌ ସଂଶୋଧନ କରବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସିଲାବସ୍‌ ବିଶେଷଜ୍ଞଙ୍କ ଦ୍ୱାରା ଖୁବ୍‌ଶୀଘ୍ର ଲାଗୁ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!