Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାମାରୀ ସମୟରେ ଶିକ୍ଷକମାନଙ୍କ ଭୂମିକାକୁ ପ୍ରଶଂସା

by ସଞ୍ଜୟ ସ୍ୱାଇଁ
May 31, 2021
in Feature News
ମହାମାରୀ ସମୟରେ ଶିକ୍ଷକମାନଙ୍କ ଭୂମିକାକୁ ପ୍ରଶଂସା
276
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟିର ୧୮ତମ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଦୂରଭାଷ ମାଧ୍ୟମରେ ହୋଇଥିବା ଏହି ସଭାରେ ଗତବର୍ଷର ମହାମାରୀ ସମୟରେ ସମସ୍ତ ବାଧା ସତ୍ତେ୍ୱ ମଧ୍ୟାହ୍ନ ଭୋଜନ କିପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ତାହା ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଗତ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନର ଲାଭାର୍ଥୀଙ୍କୁ ସେମାନଙ୍କ ପ୍ରାପ୍ୟ ଚାଉଳ ଓ ପଇସା ବଣ୍ଟା ଯାଇଛି । ପିଲାମାନଙ୍କ ବ୍ୟାଙ୍କଖାତାକୁ କିମ୍ବା ବିଦ୍ୟାଳୟରେ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ପଇସା ଓ ଚାଉଳ ଦିଆଯାଇଥିବାବେଳେ, ପିଡିଏସ୍‌ ରିଟେଲରମାନଙ୍କ ମଧ୍ୟରେ ଚାଉଳ ବଣ୍ଟନ କରାଯାଇଥିଲା । ଶିକ୍ଷକମାନଙ୍କ ଦ୍ୱାରା ପିଲାମାନଙ୍କୁ ଲୌହ ବଟିକା ମଧ୍ୟ ପ୍ରଦାନ କରାଯାଇଛି । ଏହି ସମୟରେ ୧୪,୯୬୭ ବିଦ୍ୟାଳୟକୁ ଏଲ୍‌ପିଜି ସଂଯୋଗ କରାଯିବା ସହ ୩୧,୫୦୦ ବିଦ୍ୟାଳୟରେ ପୁଷ୍ଟି-ବଗିଚା କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୪୧,୧୭୭ ସ୍କୁଲରେ ଏଲ୍‌ପିଜି ଦିଆଯାଇଥିବାବେଳେ ୪୩,୦୦୦ ସ୍କୁଲରେ ପୁଷ୍ଟି-ବଗିଚା ପାଇଁ ଅର୍ଥ ଯୋଗାଇ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଥିଲେ । ମହାମାରୀ ସମୟରେ ଏହିସବୁ କାର୍ଯ୍ୟ ପାଇଁ ଶିକ୍ଷକମାନଙ୍କ ଭୂମିକାକୁ ଏହି ସଭାରେ ପ୍ରଶଂସା କରାଯାଇଥିଲା । ମଧ୍ୟାହ୍ନ ଭୋଜନର କାର୍ଯ୍ୟକାରିତା ଉପରେ ବିଶଦ ଆଲୋଚନା କରାଯାଇ ଆଗାମୀ ସମୟରେ ଏହାକୁ କିପରି ଅଧିକ ସକି୍ରୟ ଓ ଉପାଦେୟ କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଥିଲା । ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ତିଆରି ହେବାକୁ ଥିବା ମଧ୍ୟାହ୍ନ ଭୋଜନ ରୋଷଶାଳାଗୁଡ଼ିକୁ ବିପର୍ଯ୍ୟୟ ପ୍ରତିରୋଧ ପ୍ରସ୍ତୁତି କରିବା ସହ ବିଦ୍ୟାଳୟମାନଙ୍କରେ ଥିବା ପୁଷ୍ଟି ବଗିଚାରେ ଡି୍ରଫଫ ଜଳସେଚନର ବ୍ୟବହାର କରାଯିବ । ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟକୁ ଅଧିକ ପୁଷ୍ଟିଯୁକ୍ତ କରିବା ପାଇଁ ପୋଷଣଯୁକ୍ତ ବା ଫର୍ଟିଫାଏଡ୍‌ ଚାଉଳ ବ୍ୟବହାର କରାଯିବ । ଏଥି ପାଇଁ ରାଜ୍ୟ ପ୍ରକଳ୍ପ ଅଧିକାରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ଏହାର କାର୍ଯ୍ୟକାରିତାର ଦିଗ ଓ ଆର୍ଥିକ ଆବଶ୍ୟକତା ଉପରେ ବିଶଦ ଅନୁଧ୍ୟାନ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଓଡ଼ିଶାର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ସଫଳତା ପାଇଁ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କ ମଧ୍ୟରେ ଥିବା ସହଭାଗିତା ଗୁରୁତ୍ୱପୂର୍ଣ୍ଣ । ଏହି ବିଭାଗ ଓ ଅନୁଷ୍ଠାନମାନଙ୍କ ସହାୟତାରେ ଭୋଜନ କାର୍ଯ୍ୟକ୍ରମକୁ କିପରି ଅଧିକ ଉପାଦେୟ କରିହେବ ସେଥିପାଇଁ ପ୍ରକି୍ରୟା ଚାଲୁରହିବ ନିକଟରେ ରାଜ୍ୟ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନ ଉପରେ ଶିକ୍ଷା ଦେବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ କୁହାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବଙ୍କ ସହ ନିର୍ଦ୍ଦେଶକ, ଆଇସିଡିସି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ, ୟୁନିସେଫ, ଆର୍‌ଏମ୍‌ଆର୍‌ସି ଓ ଏନ୍‌ଆଇଏନ୍‌ର ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟ ନୋଡାଲ ଅଧିକାରୀ ଏହି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!