ମୁମ୍ବାଇ, (ବାଘୁଆବାର୍ତ୍ତା): ବଲିଉଡ୍ ଚୁଲବୁଲି ଅଭିନେତ୍ରୀ ୟାମୀଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ସମନରେ ଜୁଲାଇ ୭ତାରିଖ ସୁଦ୍ଧା ଇଡି କାର୍ଯ୍ୟାଳୟରେ ହଜାର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଦେଶିକ ମୁଦ୍ରା ବିନିମୟ ଅଧିନିୟମ(ଫରେନ୍ ଏକ୍ସଚେଞ୍ଚ୍ ମ୍ୟାନେଜ୍ମେଣ୍ଟ ଆକ୍ଟ)ର ଉଲ୍ଲଂଘନରେ ଅଭିଯୋଗରେ ପଚରାଉଚରା କରିବା ୟାମୀଙ୍କୁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭିକି ଡୋନର ଫିଲ୍ମରେ ଅଭିନୟ କରିଥିବା ୟାମୀ ନିକଟରେ ଫିଲ୍ମ ନିର୍ମାତା ଅଦିତ୍ୟ ଧରଙ୍କୁ ବିବାହ କରିଥିଲେ। ଆଦିତ୍ୟ ମଧ୍ୟ ଇଡି ସ୍କାନରରେ ଥିବା ବେଳେ ଏବେ ୟାମୀଙ୍କ ବିରୋଧରେ ବୈଦେଶିକ ମୁଦ୍ରା ବିନିମୟ ଅଧିନିୟମ ଉଲ୍ଲଂଘନର ଅଭିଯୋଗ ଆସିଛି । ଏହାକୁ ମିଶାଇ ଇଡି ୟାମୀଙ୍କୁ ଦୁଇଥର ସମନ କରିଥିବା ବେଳେ ଜୋନ୍-୨ ଇଡି ଘଟଣାର ତଦନ୍ତ କରୁଛି । ସୂଚନାନୁସାରେ, ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବୈଦେଶିକ ମୁଦ୍ରା କାରବାର ହୋଇଛି । ହେଲେ ଏନେଇ ୟାମୀ କର୍ତ୍ତୃପକ୍ଷଙ୍କୁ ଏସମ୍ପର୍କରେ କୌଣସି ସୂଚନା ଦେଇନଥିଲେ । କିଛି ବ୍ୟାଙ୍କ ଆକାଉଣ୍ଟରେ ବିଦେଶୀ ମୁଦ୍ରା କାରବାର ହେବା ପରେ ତାହା ଇଡି ସ୍କାନାରେ ଆସିଥିଲା । ଏହାପରେ ତଦନ୍ତ କରିବା ପରେ ବ୍ୟାଙ୍କ ଆକାଉଣ୍ଟ ଟି ୟାମୀଙ୍କ ଆକାଉଣ୍ଟ ସହିତ ଲିଙ୍କ ଥିବା ଜଣାପଡ଼ିଥିଲା। ଏହାପରେ ୟାମୀଙ୍କୁ ଇଡି ସମନ କରି ପଚାରଉଚରା ପାଇଁ ଡାକିଛି। ସୂଚନା ଥାଉକି, ବଲିଉଡ୍ର ଅନେକ ବଡ଼ ବଡ଼ ଫିଲ୍ମ ପ୍ରଯୋଜନା ସଂସ୍ଥା ଇଡିର ସ୍କାନରରେ ରହିଛନ୍ତି ।





