Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇକୋ ଭିଲେଜ ମୁଦୁଲିଗାଡ଼ିଆରେ ପାନୀୟ ଜଳ ମୁଖ୍ୟ ସମସ୍ୟା

by Anil Panda
October 1, 2020
in Nayagarh
ଇକୋ ଭିଲେଜ ମୁଦୁଲିଗାଡ଼ିଆରେ ପାନୀୟ ଜଳ ମୁଖ୍ୟ ସମସ୍ୟା
316
VIEWS
Share on FacebookShare on Twitter

ଗଣିଆ, (ବାଘୁଆବାର୍ତ୍ତା) : ସମସ୍ୟାର ବଳୟ ଭିତରେ ଛନ୍ଦି ହୋଇ ପଡ଼ିଛି ରାଜ୍ୟର ପ୍ରଥମ ଇକୋ ଭିଲେଜ । ଆବଶ୍ୟକ ଭିତ୍ତିଭୂମିର ଅଭାବ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଗ୍ରାମବାସୀଙ୍କର ସହଯୋଗ ଓ ଚେଷ୍ଟା ଫଳରେ ସମଗ୍ର ଦେଶରେ ଏକ ଆଦର୍ଶ ଗ୍ରାମ ରୂପେ ଉଭା ହୋଇଥିବା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ମୁଦୁଲିଗାଡ଼ିଆରେ ଦେଖା ଦେଇଛି ଅନେକ ସମସ୍ୟା । ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ଏଠାରେ ମୁଖ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିଛି । ଗ୍ରାମରେ ୨୪ଟି ପରିବାରରେ ଶହେ ଜଣ ଲୋକ ବସବାସ କରନ୍ତି । ଗ୍ରାମକୁ ଅଦ୍ୟାବଧି ପାଇପ୍ ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇ ପାରିନଥିôବା ବେଳେ ଏଠାରେ ଶିଶୁ ଓ ମହିଳା ମାନଙ୍କ ପାଇଁ ନା ଅଛି ଅଙ୍ଗନୱାଡି, ନାଁ ଅଛି ପ୍ରାଇମେରୀ ସ୍କୁଲ, ନା ଅଛି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରୁ ଦେଢ଼ କିଲୋମିଟର ଦୂର ବେଠିଆସାହିରେ ଥିବା ଅଙ୍ଗନୱାଡି ଓ ପ୍ରାଥମିକ ବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ଅନ୍ୟ ପକ୍ଷରେ ଗ୍ରାମରେ ବାସ କରୁଥିବା ୨୪ଟି ପରିବାର ଚାଷ ଉପରେ ନିର୍ଭର କରନ୍ତି । ଏମାନଙ୍କ ମଧ୍ୟରୁ ୧୭ଟି ପରିବାର କଚ୍ଚା ଘରେ ବାସ କରନ୍ତି । ସେହିପରି ଗ୍ରାମର ୧୨ ଜଣ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ୩୧ ଜଣ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ପାଉଛନ୍ତି । ୨୦୧୬ ମସିହାରେ ମଙ୍ଗାନାସି ଠାରେ ନିର୍ମିତ ହୋଇଥିବା ସାତକୋଶିଆ ସ୍ୟାଣ୍ଡ ରିସର୍ଟ ଏମାନଙ୍କ ପାଇଁ ସାହା ଭରସା । ସ୍ୟାଣ୍ଡ ରିସର୍ଟ ଏମାନଙ୍କ ପାଇଁ ଭାତହାଣ୍ଡି ପାଲଟିଥିବା ବେଳେ କରୋନା ଯୋଗୁଁ ତାହା ମଧ୍ୟ ବନ୍ଦ ହୋଇ ଯାଇଛି । କରୋନାର ଦୁଃଖ ସାଙ୍ଗକୁ ମହାନଦୀରେ ବନ୍ୟା ଆସି ସମସ୍ତ ଚାଷ ଜମି ଜଳମଗ୍ନ ହୋଇ ଯାଇଛି । ପ୍ରତିବର୍ଷ ମହାନଦୀରେ ବଢି ଆସିଲେ ଉକ୍ତ ଗ୍ରାମ ଜଳବନ୍ଦି ଅବସ୍ଥାରେ ରହି ଆସିଛି । ମାଳବନ୍ଧ ନିର୍ମାଣ ହୋଇ ନଥିବାରୁ ପ୍ରତିବର୍ଷ ବର୍ଷା ଦିନେ ଏମାନଙ୍କ ପାଇଁ ଅଭିଶାପ ପାଲଟିଥାଏ । ଯେହେତୁ ଏହା ଏକ ଆଦର୍ଶ ଗ୍ରାମ ରୂପେ ପରିଗଣିତ ହେଉଛି ଏହାର ଭିତ୍ତିଭୂମିରେ ଉନ୍ନତି କରିବା ନିତ୍ୟାନ୍ତ ଆବଶ୍ୟକ ହୋଇ ପଡିଛି । ଏଠାରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟାକୁ ସୁଧାରିବା ନିହାତି ଆବଶ୍ୟକ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ମୁଦୁଲିଗାଡିଆ ପାଇଁ ସହାୟତାର ହାତ ବଢାଉନାହାନ୍ତି । କେବଳ ଇକୋ ଭିଲେଜ ମାନ୍ୟତାରେ ସୀମିତ ହୋଇ ରହିଛି ଉକ୍ତ ଗାଁ । ଏହି ଗ୍ରାମର ମୌଳିକ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡ଼ିଛି ।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!