ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶାକୁ ଆସିବ ଇସିଏମଓ ମେସିନ୍ । ସେଥିପାଇଁ ଟେଣ୍ଡର ମଧ୍ୟ ସରିଛି । କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ଇସିଏମଓ ମେସିନ୍ । ରାଜ୍ୟରେ ସହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଭାରତରେ ଇସିଏମଓ ମେସିନ୍ ଉତ୍ପାଦନ ହେଉନାହିଁ । ଏହି ମେସିନକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି । ଏଥିପାଇଁ ଟେଣ୍ଡର ସରିଥିବା ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।





