ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ଇସି ମେମ୍ବରଙ୍କ ଗଣବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଖେଳପଡ଼ିଆଠାରୁ ୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରଣ ହୁଙ୍କାର ଦେଇଛନ୍ତି । ମୋହନ ସରକାର ଛି ଛି ନାରାରେ ରାଜରାସ୍ତା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକମ୍ପିତ ହୋଇଛି । “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ” ରାଜ୍ୟ ସଭାପତି ଜୟନ୍ତ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରା ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରାଯାଇଛି । ମହିଳାମାନେ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ୟ୍ୟା ଳୟରେ ପହଞ୍ଚିଥିଲେ । ସେଠାରେ ସଂଘ ନେତୃତ୍ଵ ଜିଲ୍ଲାପାଳଙ୍କୁ ଇସି ସଦସ୍ୟଙ୍କ ଅଧିକାର ହାସଲ ପାଇଁ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଆନ୍ଦୋଳନ ସପକ୍ଷରେ ରାଜ୍ୟ ଉପସଭାପତି ପୁଷ୍ପାଞ୍ଜଳୀ ଜେନା, ଏଆଇଟିୟୁସି ଜିଲ୍ଲା ସଭାପତି କମଲେଶ କୁମାର ଦାଶ, ଏଆଇଟିୟୁସି ଜିଲ୍ଲା ସମ୍ପାଦିକା ଇତି ମାନସିଂହ, ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ଜିଲ୍ଲା ସଭାନେତ୍ରୀ ଝରଣା ମନ୍ତ୍ରୀ, ଜିଲ୍ଲା ସମ୍ପାଦିକା କାମିନୀ ନାୟକ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୂଖ ସାମିଲ ହୋଇ ନେତୃତ୍ୱ ନେଇଥିଲେ ।





