Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୂର୍ତ୍ତି ଉଚ୍ଚତା ପ୍ରତିବନ୍ଧକର ପୁନର୍ବିଚାର ଦାବି କଲା ପୂର୍ବାଞ୍ଚଳ ଶାନ୍ତି କମିଟି

by ସଞ୍ଜୟ ସ୍ୱାଇଁ
August 10, 2021
in State
ମୂର୍ତ୍ତି ଉଚ୍ଚତା ପ୍ରତିବନ୍ଧକର ପୁନର୍ବିଚାର ଦାବି କଲା ପୂର୍ବାଞ୍ଚଳ ଶାନ୍ତି କମିଟି
88
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବସ୍‌ରେ ୫୦ ଜଣରୁ ଉଦ୍ଧ୍ୱର୍ ଯାତ୍ରୀ ଯାତ୍ରା କରିପାରିବେ । ହୋଟେଲ, ମଲ୍‌, ବାର୍‌, ସିନେମା ହଲ୍‌ ଖୋଲିବ । ଲୋକମାନେ ଯାତ୍ରା ବି ଦେଖିପାରିବେ । ଅଥଚ ମୂର୍ତ୍ତି ନିର୍ମାଣରେ ପ୍ରତିବନ୍ଧକ ରହିବ? ଉଚ୍ଚତା-ପ୍ରତିବନ୍ଧକ ହଟାଇଦେଲେ କଣ କରୋନା ମହାମାରୀ ବଢିଯିବ? – କରୋନା କଟକଣା ଭିତରେ ପୂଜା ପାଇଁ ଜାରି ନିୟମକୁ ନେଇ ଏମିତିକା ପ୍ରଶ୍ନ ଉଠାଇଛି କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି । କରୋନା ଆଳରେ ପରମ୍ପରାକୁ କ୍ଷୂର୍ଣ୍ଣ କରାନଯାଇ ଚଳିତ ବର୍ଷ ମୂର୍ତ୍ତି ଉଚ୍ଚତାରେ ଥିବା ପ୍ରତିବନ୍ଧକ ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ, ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ମହାନଗର ନିଗମ ପ୍ରଶାସନକୁ ଅନୁରୋଧ କରାଯାଇଛି । କମିଟିର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁଙ୍କ କହିବା କଥା, ହଜାରେ ବର୍ଷର କଟକ ସହର ଭାଇଚାରାର, ସଂସ୍କୃତି ଓ ପରମ୍ପରାର ପ୍ରାଣକେନ୍ଦ୍ର। ଅଦ୍ୟାବଧି କଟକ ସହରର ସମସ୍ତ ପୂଜା କମିଟିର ସଭାପତି, ସଂପାଦକ, ମୁରବି, କର୍ମକର୍ତ୍ତା ଏବଂ ଯୁବକ ସଂଘ ସରକାର ଓ ପୁଲିସ, ଜିଲ୍ଲା ତଥା ନିଗମ ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇବା ସହ ସବୁ ନିୟମ ଅନୁସରଣ କରିଆସୁଛନ୍ତି। ଅନ୍ୟ ସବୁ କଟକଣା କୋହଳ ହୋଇଥିବା ବେଳେ ମୂର୍ତ୍ତି ନିର୍ମାଣରୁ ପ୍ରତିବନ୍ଧକ ହଟାଇଦେଲେ ଯେ କରୋନା ମହାମାରୀ ବଢିଯିବ ଏହା ଚିନ୍ତା କରିବା ବିଡ଼ମ୍ବନାର ବିଷୟ । ତେଣୁ କମିଟି ମତ ଦେଇଛି କି’ ମୂର୍ତ୍ତି ନିର୍ମାଣରେ ବା ଉଚ୍ଚତାରେ କୌଣସି ପ୍ରତିବନ୍ଧକ ନ ରହୁ ।ମନ୍ଦିରରେ ଭକ୍ତମାନେ କଟକଣା ଭିତରେ ଠାକୁରଙ୍କୁ ଦର୍ଶନ କରିବା ଭଳି ପୂଜାମଣ୍ଡପରେ ଶ୍ରଦ୍ଧାଳୁମାନେ ଅଳ୍ପ ସଂଖ୍ୟାରେ ବିନା ଭିଡ଼ରେ ଧାଡ଼ିରେ ଦେବଦର୍ଶନ କରିବାକୁ ଅନୁମତି ଦିଆଯାଉ । କେବଳ ଦେବୀଗଡ଼ାରେ କୃତ୍ରିମ ପୋଖରୀ ପ୍ରସ୍ତୁତ କରି ମୂର୍ତ୍ତି ଜଳଶାୟୀ କରାଯାଉ । ଏଥିସହ ପୂଜାରେ ସାମିଲ ହେବାକୁ ଥିବା ମୂର୍ତ୍ତି କାରିଗର, ମନ୍ଦିର ପୂଜକ, ବ୍ରାହ୍ମଣ ଏବଂ କର୍ମକର୍ତ୍ତାଙ୍କୁ ଟିକାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଶାନ୍ତି କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!