ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ୟଶ । ବାତ୍ୟା ୟଶ ଆସନ୍ତା ୨୬ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ । ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ ପାଣିପାଗ ବିଭାଗର ଏଭଳି ଆକଳନ କରାଯିବା ପରେ ଦୃଢ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ବାତ୍ୟା ୟଶକୁ ଦୃଷ୍ଟିରେ ପୂର୍ବତଟ ରେଳପଥ ପକ୍ଷରୁ ୭୪ଟି ଟ୍ରେନ୍ ବାତିଲ୍ କରିଥିବା ଜଣାପଡିଛି । ଏହି ସବୁ ଟ୍ରେନ ଗୁଡିକ ହେଲା ଭୁବନେଶ୍ୱର ଓ ପରୀ ଟ୍ରେନ୍, ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ୍, ଭୁବନେଶ୍ୱର ହାୱଡ଼ା ଜଙ୍କସନ୍ ଶତାଦ୍ଦୀ ସ୍ପେଶାଲ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ପେଶାଲ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍, ହାୱଡ଼ା-ପୁରୀ-ହାୱଡ଼ା ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ ଭିଶାଖା ସ୍ପେଶାଲ, ପୁରୀ-ଋଷିକେଶ କଳିଙ୍ଗ ଉକ୍ରଳ ସ୍ପେଶାଲ, ପୁରୀରୁ ଅହମ୍ମଦାବାଦ-ସୁରଟ ଓ ଆଜମେର ଯାଉଥିବା ଟ୍ରେନ୍, ପୂର୍ବତଟ ରେଳପଥ ଦେଇ ହାୱଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ଯାଉଥିବା ସମସ୍ତ ଟ୍ରେନକୁ ବାତିଲ୍ କରାଯାଇଛି ।






