Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ଛେନାପୋଡ଼ ଦିବସକୁ ନେଇ ଦ୍ୱନ୍ଦ କାହିଁକି?

by ସଞ୍ଜୟ ସ୍ୱାଇଁ
December 30, 2024
in Nayagarh, State
ବିଶ୍ୱ ଛେନାପୋଡ଼ ଦିବସକୁ ନେଇ ଦ୍ୱନ୍ଦ କାହିଁକି?
598
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବିଶ୍ୱ ଛେନାପୋଡ଼ ଦିବସ ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ନେଇ ପାଳନ କରାଯାଉଅଛି । ତାଙ୍କର ଜନ୍ମ ୧୯୩୧ ମସିହା ଏପ୍ରିଲ ୧୧ ତାରିଖ ଏବଂ ମୃତ୍ୟୁ ୨୦୧୬ ନଭେମ୍ବର ୨୩ ତାରିଖ ବୋଲି ପ୍ରାମାଣିକ ତଥ୍ୟ ରହିଛି । ତଥ୍ୟ ଅଧାରରେ ଛେନାପୋଡ଼କୁ ବିଶ୍ୱ ଦରବାରରେ ପରିଚିତ କରାଇ ଥିବାରୁ ଜନ୍ମ ଜୟନ୍ତୀ ପାଳନ କରାଯାଉଅଛି । ବିଶ୍ୱ ଛେନାପୋଡ ଦିବସ ଭାବେ ଏପ୍ରିଲ ୧୧ ତାରିଖରେ ପାଳନ କରାଯାଉଛି । ଏହାକୁ ନୟାଗଡ଼ ଜିଲ୍ଲା ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ଓ ଦେଶ ବିଦେଶରେ ପାଳନ କରାଯାଉଥିବାର ଦେଖା ଯାଇଛି । ନୟାଗଡ଼ ଛେନାପୋଡର ସ୍ରଷ୍ଟା ଭାବେ ସୁଦର୍ଶନ ସାହୁ ପରିଚିତ । ସେ ହିଁ ଛେନାପୋଡର ସ୍ରଷ୍ଟା ବୋଲି ପ୍ରାମାଣିକ ତଥ୍ୟ ରହିଛି । ଯାହାକି ଅତିତ ଦିନରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ରାଜନୈତିକ ନେତା ମାନେ ନୟାଗଡ଼ ଆସିଲେ ସୁଦର୍ଶନ ବାବୁଙ୍କ ଛେନାପୋଡକୁ ଖୋଜନ୍ତି । ଛେନାପୋଡ କେମିତି କଲ ସେ ସମ୍ବନ୍ଧରେ ସୁଦର୍ଶନ ବାବୁଙ୍କୁ ପଚାରନ୍ତି । ଛେନାପୋଡର କାହାଣୀ ସୁଦର୍ଶନ ବାବୁ କୁହନ୍ତି । ଏ ସମଗ୍ର ଘଟଣା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଛେନାପୋଡ କିପରି ଜିଆଇଟ୍ୟାଗ ମିଳିବ ସେଥି ପାଇଁ ତିନି ବର୍ଷ ଧରି ପ୍ରୟାସ ଜାରି ରଖିଛନ୍ତି ଓ ଏହା ଶେଷ ପର୍ଯ୍ୟାୟରେ ଅଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିଭିନ୍ନ ସରକାରୀ କାଗଜ ଗ୍ରହଣ କଲାପରେ ସୁଦର୍ଶନ ସାହୁ ଛେନାପୋଡର ସ୍ରଷ୍ଟା ବୋଲି ପ୍ରମାଣିତ ହେଲା ବୋଲି ପ୍ରଶାସନ ପକ୍ଷରୁ ଜିଆଇ ଟ୍ୟାଗ ଆବେଦନ କରିଥିଲେ ।

ନୟାଗଡ଼ ଛେନାପୋଡ କିପରି ଜିଆଇ ଟ୍ୟାଗ ହେବ ସେଥି ନିମନ୍ତେ ବିଭିନ୍ନ ସ୍ତରରୁ ପ୍ରୟାସ ଜାରି ରହିଛି । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରାମାଣିକ ତଥ୍ୟକୁ ନେବା ସହ ତର୍ଜମା କରି ସୁଦର୍ଶନ ସାହୁଙ୍କ ଛେନାପୋଡ ସ୍ରଷ୍ଟା ବୋଲି ପ୍ରମାଣିତ ମିଳିଲା ପରେ ଏପ୍ରିଲ ୧୧ ତାରିଖକୁ ପ୍ରଶାସନିକ ସ୍ତରରେ ବିଶ୍ୱ ଛେନାପୋଡ ଦିବସ ପାଳନ କରାଯାଉଛି । ସୁଦର୍ଶନ ସାହୁଙ୍କ ପିତା ବିଦ୍ୟାଧର ସାହୁଙ୍କ ଅଜାଣତରେ ତାଙ୍କ ସୁପୁତ୍ର ସୁଦର୍ଶନ ସାହୁ ଗୋଟିଏ ଦିନର ବଳକା ଛେନା କାହିଁକି ନଷ୍ଟ ହେବ ଭାବି ରାତି ଅଧରେ ସମସ୍ତ ସାମଗ୍ରୀକୁ ନେଇ ଶାଳ ପତ୍ର ମାଧ୍ୟମରେ ଚୁଲିରେ ପୋଡି ଦେଇଥିଲେ । ସକାଳୁ ଉଠିବା ପରେ ବିଦ୍ୟାଧର ସାହୁ ତାଙ୍କ ପୁତ୍ରଙ୍କୁ ପଚାରିଥିଲେ ଆରେ ଛେନା କୁଆଡେ ଗଲା । ସୁଦର୍ଶନ ସାହୁ ଏହାକୁ ବାପାଙ୍କୁ ଚାଖିବାକୁ ଦେଇଥିଲେ । ମୁଁ କଷ୍ଟ କରି ଏହାକୁ କରିଛି । ବାପା ବିଦ୍ୟାଧର ସାହୁ ଏହାକୁ ଚାଖିଲା ପରେ କହିଲେ ଯାହା ହେଉ ଆମର ବଳକା ଜିନିଷ ଆଉ ନଷ୍ଟ ହେବନି । ବିଦ୍ୟାଧର ସାହୁ ଓ ତାଙ୍କ ପୁତ୍ର ସୁଦର୍ଶନ ସାହୁ କଥା ହେଲା ପରେ ଏହି ମିଷ୍ଟାନ୍ନର ନାମ ଛେନାପୋଡ ଦେବା ବୋଲି ପ୍ରକାଶ କରିଥିଲେ । ଛେନାପୋଡକୁ ନେଇ ସବୁଠି ଚର୍ଚ୍ଚା ସୁଦର୍ଶନ ସାହୁ । ବିଶ୍ୱ ଛେନାପୋଡ ଦିବସ ପାଇଁ ତାରିଖ ଘୋଷଣା ସରି ଯାଇଛି । ଏହି ଦିବସକୁ ପାଳନ କରାଯାଉଛି । ଏହାକୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ମିଳିବାକୁ ଯାଉଛି । ଏହି ସମୟରେ ବିଦ୍ୟାଧର ସାହୁଙ୍କ ଅଣ ନାତି ମାନେ ଡିସେମ୍ବର ୩୧ ତାରିଖକୁ ଛେନାପୋଡ ଦିବସ ପାଳନ କରିବାକୁ ଯାଉଛନ୍ତି ।

ଏହା ମଧ୍ୟରେ ବିଦ୍ୟାଧର ସାହୁଙ୍କର ମୃତ୍ୟୁ ଦିବସକୁ ନେଇ ଛେନାପୋଡ ଦିବସ ପାଳନ କରିବା ପାଇଁ ଅନେକ କୁଚକ୍ରୀ ଯୋଜନା କରୁଥିବାର ଅଭିଯୋଗ ଆସିଛି । ବହୁତ ଦିନ ଧରି ଛେନାପୋଡ ସ୍ରଷ୍ଟା ମାନେ କେଉଁଠି ଶୋଇଥିଲେ? । ନୟାଗଡ଼ ଛେନାପୋଡ଼କୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ସୁଦର୍ଶନ ସାହୁଙ୍କ ଅବଦାନ କେହି ଅସ୍ୱୀକାର କରିପାରିବେ ନାହିଁ । ତାଙ୍କର ଏହି ମିଷ୍ଟାନ୍ନ ସ୍ୱର୍ଗତ ପ୍ରଧାନ ମନ୍ତ୍ରୀ ଜବାହର ଲାଲ ନେହେରୁ, ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ବହୁ ପୁରୁଖା ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ଖାଇ ଏହି ମିଷ୍ଟାନ୍ନ ଉଚ୍ଚ ପ୍ରଶଂସା କରିଯାଇଛନ୍ତି । ଏହି ଧାରା ୧୯୪୩ ମସିହାରୁ ଆରମ୍ଭ ହୋଇ ୧୯୮୦ ମସିହା ବେଳକୁ ଚରମ ଶିଖରେ ପହଞ୍ଚି ପାରିଥିଲା । ସେହି ସମୟରେ ବିଶିଷ୍ଟ କଣ୍ଠ ଶିଳ୍ପୀ ତାନ୍‌ସେନ୍ ସିଂ ନୟାଗଡ଼ ଛେନାପୋଡ ଉପରେ ଗୀତ ଗାଇଥିଲେ । ପରବର୍ତ୍ତୀ ସମୟରେ ଏକାଧିକ ଛେନାପୋଡ ସଙ୍ଗୀତ ସୃଷ୍ଟି ହୋଇଥିଲା । ନୟାଗଡ଼ ଛେନାପୋଡ ବର୍ତ୍ତମାନ ସମୟରେ ଏକ ପ୍ରଧାନ ମିଷ୍ଟାନ୍ନରେ ପରିଣତି ହୋଇ ପାରିଛି । ସ୍ୱର୍ଗତ ସୁଦର୍ଶନ ସାହୁ ୨୦୧୬ ମସିହା ନଭେମ୍ବର ୨୩ ତାରିଖରେ ଇହଲୀଳା ସମ୍ବରଣ କଲେ । ସେଦିନ ପ୍ରତ୍ୟେକ ଗଣ ମାଧ୍ୟମ ସୁଦର୍ଶନ ସାହୁଙ୍କ ନୟାଗଡ଼ ଛେନାପୋଡର ସ୍ରଷ୍ଟାଙ୍କ ଦେହାନ୍ତ ଖବର ପ୍ରକାଶ କରିଥିଲେ । ଯେଉଁ ମାନେ ଡିସେମ୍ବର ୩୧ ତାରିଖକୁ ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ପିତା ବିଦ୍ୟାଧର ସାହୁଙ୍କ ତିରୋଧାନ ଦିବସ ଯାହାର କୌଣସି ପ୍ରାମାଣିକ ତଥ୍ୟ ନାହିଁ । ବିଶ୍ୱ ଛେନାପୋଡ ଦିବସ ପାଳନ କରିବାକୁ ଯେଉଁମାନେ ଯାଉଛନ୍ତି ସେମାନେ ବିଦ୍ୟାଧର ସାହୁଙ୍କ ପ୍ରାମାଣିକ ତଥ୍ୟ ଦିଅନ୍ତୁ । ବିଦ୍ୟାଧର ସାହୁଙ୍କ ତିନି ପୁଅ ଏବଂ ଦୁଇ ଝିଅ ଥିଲେ । ବଡ଼ ପୁଅ ଗୌରଚନ୍ଦ୍ର ସାହୁଙ୍କୁ ବିଦ୍ୟାଧର ସାହୁ ତେଜ୍ୟ ପୁତ୍ର କରିଥିଲେ ଏବଂ ସେ ଅଲଗା ରହୁଥିଲେ । ସୁଦର୍ଶନ ସାହୁ ମଧ୍ୟମ ପୁତ୍ର ବାପାଙ୍କୁ ମିଷ୍ଟାନ୍ନ ତିଆରି କରିବାରେ ସାହଯ୍ୟ କରୁଥିଲେ ଏବଂ ଭଗବାନ ସାହୁ କନିଷ୍ଠ ପୁତ୍ର ଥିଲେ । ଏବେ କଣ ଘଟଣା ଘଟିଲା ଯେଉଁ ବଡ଼ ପୁଅକୁ ବିଦ୍ୟାଧର ସାହୁ ତେଜ୍ୟ ପୁତ୍ର କରିଥିଲେ ତାଙ୍କ ନାତି ମାନଙ୍କର ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବାକୁ ୨୦୨୪ ମସିହାରେ ମନେ ପଡିଲା ।

ବିଦ୍ୟାଧର ସାହୁଙ୍କର ଜନ୍ମ ଏବଂ ମୃତ୍ୟୁର ପ୍ରାମାଣିକ ତଥ୍ୟ ନାହିଁ । ସେମାନେ କିପରି ଡିସେମ୍ବର ୩୧ ତାରିଖକୁ ବିଶ୍ୱ ଛେନାପୋଡ ଦିବସ ରୁପେ ପାଳନ କରିବାକୁ ଯାଉଅଛନ୍ତି । ଏହା ପଛର ରହସ୍ୟ କଣ । ଏହା ଦ୍ୱାରା ନୟାଗଡ଼ ଛେନାପୋଡ ଜିଆଇଟ୍ୟାଗ ମାନ୍ୟତା ପାଇବାରେ ବାଧା ସୃଷ୍ଟି କରିବ ନାହିଁତ । ଯେଉଁ ବ୍ୟକ୍ତି ୧୯୭୧ କିମ୍ବା ୭୨ ମସିହାରୁ ମୃତ୍ୟୁ ବରଣ କଲେଣି ସେ କିପରି ଛେନା ପୋଡକୁ ବିଶ୍ୱ ପ୍ରଶିଦ୍ଧ କରାଇପାରିଲେ । ସ୍ୱର୍ଗତ ସୁଦର୍ଶନ ସାହୁଙ୍କ କନିଷ୍ଠ ପୁତ୍ରଙ୍କୁ ଏ ବିଷୟରେ ପଚାରିବାରେ ସେ କହିଥିଲେ ଆମ ପରିବାର କାହା ପାଖକୁ ଛେନାପୋଡ ଦିବସ କିମ୍ବା ଛେନାପୋଡକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଯାଇ ନଥିଲେ । ପ୍ରାମାଣିକ ତଥ୍ୟ ସୁଦର୍ଶନ ସାହୁଙ୍କର ଛେନାପୋଡ ପ୍ରତି ରହିଥିବା ଅବଦାନକୁ ନେଇ ସ୍ୱେଛାସେବୀ ଅନୁଷ୍ଠାନ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଯୋଗ କରିଥିଲେ । ସୁଦର୍ଶନ ସାହୁଙ୍କ ପରିବାର ବର୍ତ୍ତମାନ ଅନ୍ୟ ବୃତିରେ ଅଛନ୍ତି ।

ଛେନାପୋଡକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଲେ ଜିଲ୍ଲାର ଛେନାପୋଡ ବ୍ୟବସାୟୀ ଉପକୃତ ହୋଇ ପାରିବେ । ଦୀର୍ଘ ବର୍ଷ ପରେ ଏ ବିବାଦର କାରଣ କଣ ପାଇଁ । ହଜାର ହଜାର ଛେନାପୋଡ଼ ବ୍ୟବସାୟୀଙ୍କ ଭାଗ୍ୟକୁ ଅନ୍ଧକାରକୁ ଠେଲି ଦିଆଯାଉଛି । ଏହା ପଛର ରହସ୍ୟ କଣ । ବିନା ତଥ୍ୟରେ ଜନ୍ମ ଦିବସ ହେଉ ବା ଶ୍ରାଦ୍ଧ ଦିବସ ହେଉ ପାଳନ କଲେ ଇତିହାସ କେବେ କ୍ଷମା ଦେବ ନାହିଁ । ଯେଉଁ ମାନେ ସୁଦର୍ଶନ ସାହୁଙ୍କୁ ବୁଲା ବିକାଳି ଆଖ୍ୟା ପ୍ରଦାନ କରୁଛନ୍ତି ସେ ହେଉଛନ୍ତି ଶରଣକୁଳ ର ବିଶିଷ୍ଟ ଜମିଦାର ବିଶୋଇ ହାଡୁବନ୍ଧ ସାମନ୍ତରାୟଙ୍କ ଜାମାତା । ନୟାଗଡ଼ ବ୍ୟବସାୟୀ ସଂଘର ୩୦ ବର୍ଷର ସଭାପତି, ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୨୦ ବର୍ଷର କାଉନସିଲର ଏବଂ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଗଭର୍ଣ୍ଣୀବଡି ସଦସ୍ୟ ଭାବେ କାର୍ଯ୍ୟକୁ ଦକ୍ଷତା ସହ ପାଳନ କରି ପାରିଥିଲେ । ଏହି ଘଟଣାର ଚକ୍ରାନ୍ତ କାରି ମାନେ ବିଭିନ୍ନ ରାଜନୈତିକ ସ୍ତରରୁ ତଳକୁ ଆସି ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରନ୍ତୁ । ନୟାଗଡ଼ ଛେନାପୋଡ କିପରି ଜିଆଇ ଟ୍ୟାଗ ହେବ ସମସ୍ତଙ୍କ ପ୍ରୟାସ ରହୁ ।

 

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!