ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓରେ ହେବାକୁ ଥିବା ଅଲିମ୍ପିକରେ ଦେଶର ପ୍ରତିନିଧିତ୍ୱ କରୁଥିବା ଭାରତୀୟ କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି। ଓଡ଼ିଶାରୁ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଥିବା ଜଣାପଡ଼ିଛି | ଦୂତୀଙ୍କ ସମେତ ପ୍ରଧାନମନ୍ତ୍ରୀ ତୀରନ୍ଦାଜ ଦୀପିକା କୁମାରୀ, ପ୍ରବୀଣ ଯାଦବ, ଜାଭେଲିନ୍ ତାରକା ନୀରଜ ଚୋପ୍ରା, ମୁଷ୍ଠିଯୋଦ୍ଧା ଆଶିଷ କୁମାରଙ୍କ ସହ ମଧ୍ୟ କଥା ହୋଇଥିବା ଜଣାପଡ଼ିଛି | ଦୂତୀ ଚାନ୍ଦ ଅଲିମ୍ପିକରେ ୧୦୦ ଏବଂ ୨୦୦ ମିଟର ଦୌଡରେ ଦେଶର ପ୍ରତିନିଧିତ୍ୱ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ ଚାନ୍ଦ ରାଙ୍କକୁ ଆସିବାବେଳେ ସମ୍ମୁଖୀନ ହୋଇଥିବା କଠିନ ଆହ୍ୱାନ ବିଷୟରେ କହିଥିଲେ।






