ଭୂବନେଶ୍ୱର, (ବାଘୁଆବାର୍ତ୍ତା) : କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଦ୍ୱାରା ଓଡ଼ିଶାର ଦୂତ୍ରତମ ଧାବିକା ଦୂତି ଚାନ୍ଦ ଅର୍ଜ୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଅର୍ଜ୍ଜୁନ ପୁରସ୍କର ବିଜୟୀ ଦୂତି ଓଡ଼ିଶା ପାଇଁ ଗର୍ବ ଓ ଗୈାରବ ପାଲଟିଥିବା ବେଳେ ତାଙ୍କୁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ପାଳନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।






