ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଆଗକୁ ଆସୁଛି ପାର୍ବଣ ଋତୁ। ଏହାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାରୁ ରାଜ୍ୟବାସୀଙ୍କୁ ଅପିଲ କଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣ ବଢିବାର ଆଶଙ୍କା ରହିଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି। ତେଣୁ ଆମେ ଅଧିକା ଭିଡ଼ କରିବା ନାହିଁ। ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢିପାରେ। ଏହାକୁ ଦୃଷ୍ଟି ରଖି ପାର୍ବଣରେ ଘରୁ ନବାହାରିବା ଉଚିତ୍। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଯଦି ଆମେ ଆମ ତରଫରୁ ସଜାଗ ରହିବା ତାହାଲେ କରୋନାକୁ ପ୍ରତିହତ କରି ପାରିବା। ସବୁ ବିଶେଷଜ୍ଞ ଓ ଆଇସିଏମ୍ଆର ନିର୍ଦ୍ଦେଶକ ମଧ୍ୟ ଦେଶବାସୀଙ୍କୁ ସଜାଗ ରହିବାକୁ ଅନୁରୋଧ କରିଛନ୍ତି । ତେଣୁ ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକତା ରହିଛି। କୋଭିଡ ସଂକ୍ରମଣରେ ଇଣ୍ଟରନାଲ ଇନ୍ଫେକ୍ସନ୍ ହୁଏ । ହାର୍ଟ, ଲଙ୍ଗସ୍, ବ୍ରେନ୍ ସହ ଲଙ୍ଗସ୍ ଉପରେ ଅଧିକା ପ୍ରଭାବ ପଡିଥାଏ । ଯିଏ ଟିକା ନେଉଛି ତାହା ଉପରେ କରୋନା ପ୍ରଭାବ ବହୁତ କମ୍ ରହୁଛି। ଆଉ ଯିଏ ଟିକା ନେଉ ନାହାନ୍ତି ତାର ଅଧିକ କ୍ଷତି ହେଉଛି। ଟିକା ନେଲା ପରେ କରୋନାରେ ଗୁରୁତର ହେବାର ବହୁତ କମ ଆଶଙ୍କା ରହୁଛି ବୋଲି ବିଜୟ ମହାପାତ୍ର କହିଛନ୍ତି।






