Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା କଟକଣା ଯୋଗୁଁ ଦୁର୍ଗା ମହାଷ୍ଟମୀରେ ବିନା ଶ୍ରଦ୍ଧାଳୁରେ ଗଡିବ ମା’ ବିରଜାଙ୍କ ରଥ

by ସଞ୍ଜୟ ସ୍ୱାଇଁ
October 5, 2021
in State
କରୋନା କଟକଣା ଯୋଗୁଁ  ଦୁର୍ଗା ମହାଷ୍ଟମୀରେ ବିନା ଶ୍ରଦ୍ଧାଳୁରେ ଗଡିବ ମା’ ବିରଜାଙ୍କ ରଥ
39
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): କରୋନା କଟକଣା ଯୋଗୁଁ ଚଳିତବର୍ଷ ଦୁର୍ଗା ମହାଷ୍ଟମୀରେ ବିନା ଶ୍ରଦ୍ଧାଳୁରେ ଗଡିବ ମା’ ବିରଜାଙ୍କ ରଥ । ଏଥିସହ ଆସନ୍ତା ୬ ତାରିଖରୁ ୧୩ ତାରିଖ ପର୍ୟ୍ୟନ୍ତ ମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ । କରୋନାକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ସେବାୟତମାନେ ମଧ୍ୟ ସ୍ୱାଗତ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଆଲୋଚନା ପରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ୟ୍ୟନ୍ତ କଟକଣା ଜାରି ରହିବ । ସକାଳ ୫ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ । କିନ୍ତୁ ରଥକୁ ସ୍ପର୍ଶ କରିପାରିବେ ନାହିଁ। ଦୂରରୁ ଦର୍ଶନ କରିବେ । ରଥ ଉପରେ ଭୋଗ ଅର୍ପଣ ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ ନାହିଁ। ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, ମା’ଙ୍କର ନିୟମିତ ପୂଜା ଉପରେ କୌଣସି ରୋକ ଲାଗିବ ନାହିଁ। ପ୍ରତିଦିନ ସନ୍ଧ୍ୟାରେ ନୀତିକାନ୍ତି ଥିବାରୁ କଟକଣା ଏହି ସମୟରେ ଲାଗୁ କରାଯିବ । ଏନେଇ ସେବାୟତ ଦେବୀ ପାଣି କହିଛନ୍ତି, ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ । ଜିଲ୍ଲାପାଳଙ୍କ ନିଷ୍ପତ୍ତିରେ ଆମେ ଖୁସି ଅଛୁ। ପ୍ରତିଦିନ ସକାଳ ୬ଟାରୁ ଦିନ୨ଟା ପର୍ୟ୍ୟନ୍ତ ସାଧାରଣ ଭକ୍ତ ମା’ଙ୍କ ଦର୍ଶନ ଜାରି କରିବେ। ୨ଟା ପରେ ରଥଯାତ୍ରା ଆରମ୍ଭ ହେବ। ତେଣୁ ତା ପରଦିନ ପର୍ୟ୍ୟନ୍ତ ଲାଗୁ ହେବାକୁ ଥିବା ୧୪୪ ଧାରାକୁ ସ୍ୱାଗତ କରୁଛୁ। ଭକ୍ତମାନେ ଅଧିକ ସମୟ ମନ୍ଦିରରେ ରହିବା କିମ୍ବା ଅଯଥା ଗହଳି କରିବାର କୌଣସି ଆବଶ୍ୟକତା ନାହିଁ। ଏହି ନିୟମ ଦ୍ୱାରା ମା’ଙ୍କ ରୀତିନୀତି କୌଣସି ଭାବେ ପ୍ରଭାବିତ ହେବ ନାହିଁ। ସାଧାରଣ ଭକ୍ତ ରଥ ଛୁଇଁ ପାରିବେ ନାହିଁ। ରଥ ଉପରେ ନୀତିକାନ୍ତି ପୂଜା ସରିବା ପରେ ସେବାୟତଙ୍କୁ ମଧ୍ୟ ରଥ ନିକଟକୁ ଯିବାକୁ ବାରଣ କରାଯାଇଛି। ସେବାୟତଙ୍କୁ କେବଳ ରଥ ଟାଣିବାକୁ ଅନୁମତି ମିଳିଛି। ସେବାୟତଙ୍କ ସଂଖ୍ୟା କମ୍‌ ହେଲେ ପୁଲିସ୍‌ ସହାୟତା ନେବୁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!