Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୂର ହେଉନି ଅନ୍ଧ ବିଶ୍ୱାସ, ଗର୍ଭବତୀଙ୍କ ମୃତ୍ୟୁ ପରେ ମହିଳାଙ୍କ ପେଟକୁ ଚିରି ଗଛରେ ଡେରି ଦିଆଯାଇଛି

by ସଞ୍ଜୟ ସ୍ୱାଇଁ
May 28, 2025
in State
ଦୂର ହେଉନି ଅନ୍ଧ ବିଶ୍ୱାସ, ଗର୍ଭବତୀଙ୍କ ମୃତ୍ୟୁ ପରେ ମହିଳାଙ୍କ ପେଟକୁ ଚିରି ଗଛରେ ଡେରି ଦିଆଯାଇଛି
35
VIEWS
Share on FacebookShare on Twitter

କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ଆଗକୁ ବଢୁଛି ବିଜ୍ଞାନ, ହେଲେ ଲୋକଙ୍କ ମନରୁ ଦୂର ହେଉନି ଅନ୍ଧ ବିଶ୍ୱାସ। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବିଜୟନଗର ଗାଁରେ ଏପରି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଜଣେ ଗର୍ଭବତୀଙ୍କ ମୃତ୍ୟୁ ପରେ ମୃତ ଦେହକୁ ସଂସ୍କାର କରିବା ବଦଳରେ ମହିଳାଙ୍କ ପେଟକୁ ଚିରି ଗଛରେ ଡେରି ଦିଆଯାଇଛି। ଅନ୍ଧ ବିଶ୍ଵାସ ରହିଛି, ଗର୍ଭବତୀଟି ମରିଗଲେ ସେ ଚିରୁଗୁଣୀ ହେବ। ମହିଳା ଜଣକ ରୋଗଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ଏହାପରେ ମୃତ ମହିଳାର ପେଟକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଚିରି ମୃତଦେହକୁ ନଦୀ କୁଳ ନିର୍ଜନ ସ୍ଥାନରେ ଏକ ଗଛକୁ ଡେରି ବସାଇ ଦିଆ ଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ବିଜୟନଗର ଗାଁର ସନ୍ତୋଷ ସାହୁଙ୍କ ପତ୍ନୀ ପଦ୍ମିନୀ ୪ ମାସର ଗର୍ଭବତୀ ଥିଲେ। ଏହା ତାଙ୍କର ଦ୍ଵିତୀୟ ଗର୍ଭ ଥିଲା। କିନ୍ତୁ ସେ ମଧୁମେହ ରୋଗରେ ପୀଡିତ ଥିବା କାରଣରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ରବିବାର ବିଳମ୍ବିତ ରାତିରେ ପଦ୍ମିନୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତକାଲି ପଦ୍ମିନୀଙ୍କ ମୃତଦେହ ଘରକୁ ଆସିବା ପରେ ରାତିରେ ତାଙ୍କୁ ଏଭଳି ଭାବେ ଗଛ ମୂଳରେ ଡେରିକି ବସାଇ ଦିଆଯାଇଥିଲା। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା। ସ୍ବେଛାସେବୀ ଓ ବୁଦ୍ଧିଜୀବୀ ପରିବାର ଲୋକଙ୍କୁ ଭେଟି ଏପରି କାର୍ଯ୍ୟକୁ ବାରଣ କରିବା ସହିତ ବୁଝା ସୁଝା କରିଥିଲେ। ପରେ ମୃତଦେହକୁ ମାଟି ଖୋଳି ପୋତି ଦିଆଯାଇଥିଲା।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!