ଭଦ୍ରକ (ବାଘୁଆବାର୍ତ୍ତା): ଲକଡାଉନର ଫାଇଦା ଉଠାଇବା ପାଇଁ ବାଇକରେ ନକଲି ଜର୍ଦ୍ଦା ନେଇ ଯାଉଥିବା ସମୟରେ ଧରିଲା ପୁଲିସ । ଭଦ୍ରକ ପୁରୁଣା ବଜାର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଉତ୍ତରବାହିନୀ ଅଞ୍ଚଳରେ ଦୁଇ ଜର ଯୁବକ ବାଇକ ଓ ସ୍କୁଟି ଯୋଗେ ନକଲି ଜର୍ଦ୍ଦା ନେଇ ଗୁଜିଦରଡା ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ ପୁଲିସ ତଲାସୀ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା, କେମିକାଲ, ଲୋଗୋ ପୁଲିସ ଜବତ କରିଛି । ଏଥି ସହ ଗୋଟିଏ ସ୍କୁଟି ଓ ବାଇକ ଜବତ କରାଯାଇଛି । ଏହି ଘଟଣାରେ ପୁରୁଣା ବଜାର ପୁଲିସ ଦୁଇ ଜରଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ଛଡକମହଲା ଅଞ୍ଚଳର ସେକ ବାବୁଲା ଓ ଡାକଚୌକିଆ ମହଲାର ମୋରୋଦା ଖାନ ବୋଲି ପୁଲିସ ସୂଚନା ଦେଇଛି ।






