ଭୁବନେଶ୍ବର, (ବାଘୁଆବର୍ତ୍ତା): ନକଲି ଭିଜିଲାନ୍ସ ଏସପି ମନୋଜ ମାଝିର ଶୁକ୍ରବାର ସରିବ ରିମାଣ୍ଡ ଅବଧି । ରିମାଣ୍ଡ ବେଳେ STF ହାତରେ ଲାଗିଛ ସାଙ୍ଘାତିକ ତଥ୍ୟ । ‘ଲଭ୍ କେ ଲିୟେ କୁଛ ଭି କରେଗା’ ଷ୍ଟାଇଲରେ ଉଡାଉଥିଲା ଟଙ୍କା । ଠକେଇ ଟଙ୍କାରେ ପ୍ରେମିକାକୁ ବୁଲାଇ ନେଉଥିଲା ଫରେନ୍ । ଲୋକଙ୍କୁ ଲଗାଉଥିଲା ଚୁନା । ପ୍ରେମିକାକୁ କିଣି ଦେଉଥିଲା ସୁନା । ରିଲାକ୍ସ ହେବା ପାଇଁ ଠକ ପିଉଥିଲା ୨୦ ହଜାର ଟଙ୍କିଆ ମଦ । ଗିରଫ ବେଳେ ଠକର ୩ଟି ଆକାଉଣ୍ଟରୁ ମିଳିଥିଲା ୬୫ ଟଙ୍କା । ମନୋଜଙ୍କ ପ୍ରେମିକା ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି । ଖୁବଶୀଘ୍ର ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ । ଠକ ମନୋଜର ଘର ପୁରୀ ଜିଲ୍ଲା କୃଷ୍ନ ପ୍ରସାଦରେ । ନିଜକୁ ଭିଜିଲାନ୍ସ ଏସପି ପରିଚୟ ଦେଇ ଲୋକଙ୍କୁ ଚୁନା ଲଗାଉଥିଲା ଏହି ଠକ ।





