ଭୁବନେଶ୍ୱର,(ବାଘୁଆବା ର୍ା): ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ କଟକ ଗନ୍ତାଘର ପାଲଟିଥିବା ବେଳେ, ଆଜି ଆଉ ଏକ ସହର ସାମିଲ୍ ହୋଇଛି । ଯେଉଁଠି କି ନକଲି ସର୍ଫ ତିଆରି ହେଉଥିବା ଜଣାପଡ଼ିବା ପରେ ପୁଲିସ୍ ଠାବ କରିଛି ଏବଂ ୨୫ହଜାର ପ୍ୟାକେଟ୍ ସର୍ଫ ଜବତ କରିବା ସହିତ ଜଣେ ବ୍ୟକ୍ତିକୁ ଗିରଫ୍ କରିଛି । ମିଳିଥିବା ସୂଚନାନୁସାରେ, କଟକ ସହରର ଉପକଣ୍ଠରେ ବିଭିନ୍ନ ପ୍ରକାରର ନକଲି ସାମଗ୍ରୀର ତିଆରି କରାଯାଇ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଜି ସମ୍ବଲପୁର ପୋଲିସ୍ ନକଲି ସର୍ଫ ତିଆରି କରୁଥିବା ଆଶିଷ ଅଗ୍ରୱାଲଙ୍କ କାରଖାନାରେ ଚଢ଼ାଉ କରିଥିଲା । ସେଠାରେ ତିଆରି ହେଉଥିବା ସର୍ଫ ଟେଷ୍ଟ ହେବା ପରେ ନକଲି ଜଣାପଡିବାରୁ, ସେଠାରେ ଥିବା ୨୩୯ବ୍ୟାଗ୍ରେ ଥିବା ୨୫ହଜାର ପ୍ୟାକେଟ୍ ସର୍ଫକୁ ଜବତ କରି ଟେଷ୍ଟ ପାଇଁ ପୁଲିସ୍ ପଠାଇବ । ହିନ୍ଦୁସ୍ଥାନ ଲିବରର ସର୍ଫ ଏକ୍ସସେଲ୍ ବ୍ରାଣ୍ଡିଂ ପ୍ୟାକେଟ୍ରେ ନିମ୍ନମାନର ସର୍ଫ ଭ ିର୍ କରି ବିକ୍ରି କରାଯାଉଥିଲା । ଏହାସବୁ ଜବତ କରିବା ସହିତ ଜଣେ ବ୍ୟକ୍ତିକୁ ଗିରଫ୍ କରିଛି ପୋଲିସ୍ । ତେବେ ଘଟଣାସ୍ଥଳରେ ସମ୍ବଲପୁର ଅତିରିକ୍ତ ଆରକ୍ଷି ଅଧିକ୍ଷକ, ଖେତରାଜପୁର ଥାନା ଅଧିକାରୀ ଓ ଅଇଁଠାପାଲି ଥାନା ଅଧିକାରୀଙ୍କ ସହତି ଅନ୍ୟ ପୋଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ ।