Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାୟକଙ୍କୁ ନକଲି ନୋଟ ଦେବା ପଡ଼ିଲା ମହଙ୍ଗା

by ସଞ୍ଜୟ ସ୍ୱାଇଁ
March 28, 2024
in Crime, State
ଗାୟକଙ୍କୁ ନକଲି ନୋଟ ଦେବା ପଡ଼ିଲା ମହଙ୍ଗା
138
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଅଷ୍ଟ ପ୍ରହରୀ ନାମଯଜ୍ଞରେ ଗାୟକଙ୍କୁ ନକଲି ୫୦୦ ଟଙ୍କିଆ ନୋଟ ଦେବା ପଡ଼ିଲା ମହଙ୍ଗା। ଧରାପଡ଼ି ବନ୍ଧା ହେଲେ ଅଭିଯୁକ୍ତ ଓ ତାଙ୍କ ସହଯୋଗୀ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଭଇଷା ଗାଁରେ। ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ଼ ଥାନା ଭଇଷା ଗାଁର ବରୁଣ ପାନୁଆନ ଏବଂ ଦେଓଗାଁ ଥାନା ବୁଡ଼ାବାହାଲ ଗାଁର ରୋହିତ ବସ୍ତିଆ। ଗତ ୨ଦିନ ତଳେ ଭଇଷା ଗାଁରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଚାଲିଥିଲା। ଏହି ସମୟରେ ଜଣେ ଗାୟକ ନାମଯଜ୍ଞରେ ଗୀତ ଗାଉଥିଲେ। ବରୁଣ ପାନୁଆନ ସେଠାରେ ଉପସ୍ଥିତ ଥିଲେ। ଗାୟକଙ୍କ ଗୀତ ତାଙ୍କୁ ଭଲ ଲାଗିଥିଲା। ସେ ଖୁସିରେ ତାଙ୍କୁ ୨ଟି ୫୦୦ ଟଙ୍କିଆ ଦେଇଥିଲେ। ଗାୟକ ମଧ୍ୟ ୧୦୦୦ ଟଙ୍କା ପାଇ ଖୁସି ହୋଇଯାଇଥିଲେ। ହେଲେ ତାଙ୍କର ଏହି ଖୁସି ବେଶୀ ସମୟ ରହିନଥିଲା। ଘରେ ଯାଇ ଦେଖିଲା ବେଳକୁ ୨ଟି ୫୦୦ ଟଙ୍କା ନକଲି ଥିଲା।ଏନେଇ ଗାୟକ ଜଣଙ୍କ ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ଏନେଇ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଖୋଳତାଡ଼ ଆରମ୍ଭ କରିବା ସହ ବରୁଣ ପାନୁଆନଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ପୁଲିସ ଆଗରେ ବରୁଣ ସବୁ ଗୁମର ଖୋଲିଥିଲେ। ଏହି ଘଟଣା ତାଙ୍କର ସହଯୋଗୀ ରୋହିତ ସଂପୃକ୍ତ ଥିବା ବରୁଣ ପୁଲିସକୁ କହିଥିଲେ। ପରେ ପୁଲିସ ରୋହିତଓ ବରୁଣଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨୭୪ ଟି ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲା। ଯାହାର ମୂଲ୍ୟ ୧ ଲକ୍ଷ ୩୭ ହଜାର ଟଙ୍କା ହେବ। ଏହାସହ କମ୍ପୁଟର ଓ ପ୍ରିଣ୍ଟର ମଧ୍ୟ ଜବତ କରିଥିଲା। ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଏହି ଚେର କେଉଁଠିକି ଲମ୍ବିଛି ତାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!