Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

RTO କହି ରାସ୍ତାରେ ଗାଡ଼ି ଯାଞ୍ଚ କରୁଥିଲେ, ବାନ୍ଧିଲା ପୁଲିସ୍‌

by ସଞ୍ଜୟ ସ୍ୱାଇଁ
March 21, 2024
in Crime, State
RTO କହି ରାସ୍ତାରେ ଗାଡ଼ି ଯାଞ୍ଚ କରୁଥିଲେ, ବାନ୍ଧିଲା ପୁଲିସ୍‌
133
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): RTO ଅଫିସର କହି ରାସ୍ତା ପାର୍ଶ୍ୱରେ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। ଦୀର୍ଘ ଦିନ ଧରି ଏହି ବେପାର ଚଳାଇଥିଲେ। ହେଲେ ଆଜି ବେଳା ଭଲନଥିଲା। ସକାଳେ ବକ୍‌ରା ଖୋଜୁଥିବା ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଥିଲେ ଦୁଇ ଫେକ୍‌ RTO ଅଫିସର। ବାଲେଶ୍ୱର ଦେଇ ଯାଇଥିବା ୬୦ ନମ୍ୱର ଜାତୀୟ ରାଜପଥ(NH)ର ଲକ୍ଷ୍ମଣ ନାଥ ଟୋଲ୍ ଗେଟ୍‌ ନିକଟରୁ ପୁଲିସ୍‌କୁ ଏହି ସଫଳତା ମିଳିଛି। ଜଳେଶ୍ୱର ଅଞ୍ଚଳର ତୁଷାର ରଞ୍ଜନ ପରିଡ଼ା ଓ ଝାରଖଣ୍ଡ ନନ୍ଦଦିଆ ଗାଁର ଦେବେନ୍ଦ୍ର ନାଥ ସାହୁ ୬୦ ନମ୍ୱର ଜାତୀୟ ରାଜପଥ(NH)ର ଲକ୍ଷ୍ମଣ ନାଥ ଟୋଲ୍ ପ୍ଲାଜା ଓ ଆଖପାଖ ଅଞ୍ଚଳରେ ନିୟମିତ ଛିଡ଼ା ହେଉଥିଲେ। ଆଉ ସେମାନେ ନିଜକୁ ଆର୍‌ଟିଓ ଅଫିସ୍‌ର ଭାବେ ପରିଚୟ ଦେଉଥିଲେ। ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। ଯାହାର କାଗଜପତ୍ର ଠିକ୍‌ ନଥିଲା, ତା’ଠାରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରୁଥିଲେ। ଦୀର୍ଘଦିନ ଧରି ଦେବେନ୍ଦ୍ର ଓ ତୁଷାର ଏ କାରବାର କରୁଥିଲେ। ବାଲେଶ୍ୱର ଏସ୍‌ପି ସାଗରୀକା ନାଥ ଏ ସମ୍ପର୍କରେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। ଏହା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ସାଦା ପୋଷାକରେ ସେହି ଅଞ୍ଚଳରେ ଘୂରି ବୁଲୁଥିଲା ଜଳେଶ୍ୱର ଥାନା ପୁଲିସ୍‌। ହେଲେ ସେମାନେ ଜାଣିପାରି ବାରମ୍ୱାର ସ୍ଥାନ ବଦଳାଉ ଥିଲେ। ଯେଉଁଥିପାଇଁ ପୁଲିସ୍‌ ପଞ୍ଝାରେ ପଡ଼ି ପଡ଼ୁନଥିଲେ। ଆଜି ସକାଳେ ଦେବେନ୍ଦ୍ର ଓ ତୁଷାର ଲକ୍ଷ୍ମଣ ନାଥ ଗେଟ୍‌ ନିକଟରେ ଥିବା ଏକ ଘରେ ନିଜର ପଶରା ମେଲାଇଥିଲେ। ଯିବା ଆସିବା ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। ସେହି ସମୟରେ ସାଦା ପୋଷାକରେ ସେଠାରେ ପୁଲିସ୍‌ ପହଞ୍ଚିଥିଲା। ଗାଡ଼ି କାଗଜପତ୍ର ଯାଞ୍ଚ ବେଳେ ସାଦା ପୋଷାକରେ ଥିବା ପୁଲିସ୍‌ ଦେବେନ୍ଦ୍ର ଓ ତୁଷାରଙ୍କୁ ଧରିଥିଲା। ସେମାନଙ୍କର ଆଇଡି କାର୍ଡ ମାଗିଥିଲା। ହେଲେ ସେମାନେ କିଛି ପ୍ରମାଣ ଦେଖାଇ ପାରିଲେ ନାହିଁ। ଏହା ପରେ ସେମାନଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କଠାରୁ ୧୧ଟି ଅସଲି ଦେଖାଯାଉଥିବା ନକଲି ଷ୍ଟାମ୍ପ ଜବତ କରିଥିଲା। ଏଥିସହ ପରିବହନ ବିଭାଗ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଏପିଟିଡି ଚେକ୍ ପୋଷ୍ଟ ରସିଦ୍‌ ଜବତ କରିଥିଲା। ସେହିପରି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ଆରଟିଓ ରସିଦ ପ୍ରମୁଖ ଜବତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!