Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲି ଓଏସଟିଇଟି ସାର୍ଟିଫିକେଟ୍‌ ଦେଇ ମାଧ୍ୟମିକ ଶିକ୍ଷା ବୋର୍ଡ କର୍ମଚାରୀ ଗିରଫ

by ସଞ୍ଜୟ ସ୍ୱାଇଁ
November 23, 2022
in Crime, Education, State
ନକଲି ଓଏସଟିଇଟି ସାର୍ଟିଫିକେଟ୍‌ ଦେଇ ମାଧ୍ୟମିକ ଶିକ୍ଷା ବୋର୍ଡ କର୍ମଚାରୀ ଗିରଫ
197
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ନକଲି ସାଟିଫିକେଟର ଜାଲରେ ମାଧ୍ୟାମିକ ଶିକ୍ଷା ପରିଷଦ। ଓଏସଏସଟିଇଟି ପରୀକ୍ଷାର ସାର୍ଟିଫିକେଟ ପାଇଁ ଦଲାଲ କରୁଛନ୍ତି ମୁଲଚାଲ। ୫୦ ହଜାରରୁ ଲକ୍ଷେ ଟଙ୍କା ପର୍ୟ୍ୟନ୍ତ ନେଉଛନ୍ତି ଲାଞ୍ଚ। ଏଭଳି ଏକ ଜାଲ ସାର୍ଟିଫିକେଟ ବିକ୍ରିକରି ଧରାପଡିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ୟ୍ୟାଳୟର ଜମାଦାର ଭ୍ରମରବର ନାୟକ। ଜାଲ୍‌ ସାର୍ଟିଫିକେଟ କରାଇବା ପାଇଁ ଭ୍ରମରବର ୪୫ ହଜାର ଟଙ୍କା ନେଇଥିଲେ। ତାଙ୍କ ନାଁରେ ଏତଲା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଏତଲାକୁ ଭିତ୍ତିକରି ମଙ୍ଗଳାବାଗ ପୋଲିସ ଏବେ ତଦନ୍ତ କରୁଛି। ଖବର ଅନୁସାରେ, କେନ୍ଦୁଝରର ଜଣେ ଓଏସଏସଟିଇଟି ପରୀକ୍ଷାର୍ଥୀ ଦେବାଶିଷ ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷଙ୍କ ଠାରେ ତାଙ୍କୁ ନକଲି ପ୍ରମାଣ ପତ୍ର ଦିଆଯାଇଥିବା ଅଭିଯୋଗ କରିଥିଲେ। ପରେ ଏହାକୁ ଗୁରୁତର ଭାବେ ନେଇ ବୋର୍ଡ କର୍ତ୍ତୃପକ୍ଷ ବିଭାଗୀୟ ତଦନ୍ତ କରିଥିଲେ। ବିଭାଗୀୟ ତଦନ୍ତ ପରେ ସାର୍ଟିଫିକେଟଟି ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ଦେବାଶିଷଙ୍କ ଅଭିଯୋଗକୁ ଆଧାରରେ ମଙ୍ଗଳାବାଗ ଥାନାରେ ବୋର୍ଡ କତ୍ତୃପକ୍ଷ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ବୋର୍ଡ ପକ୍ଷରୁ ମଧ୍ୟ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେବାଶିଷ ସାର୍ଟିଫିକେଟ ପାଇଁ ବାରମ୍ବାର ବୋର୍ଡ଼ କାର୍ୟ୍ୟାଳୟକୁ ଆସୁଥିଲେ। ଏହାଦେଖି ଅଭିଯୁକ୍ତ ତାଙ୍କୁ ଶ୍ରୀଘ୍ର ସାର୍ଟିଫିକେଟ କରାଇ ଦେବେ ବୋଲି କହିଥିଲେ। ଲକ୍ଷେ ଠଙ୍କା ମୁଲଚାଲ ହୋଇ ଶେଷରେ ୪୫ ହଜାରରେ ଡିଲ ଫାଇନାଲ ହୋଇଥିଲା। ଅନ୍ୟପଟେ କାମ କରିବାକୁ ଦେବାଶିଷଙ୍କ ଠାରୁ ଅଭିଯୁକ୍ତ ୮ ହଜାର ଟଙ୍କା ଆଡଭାନ୍ସ ନେଇଥିଲେ। ସାର୍ଟିଫିକେଟ ଦେବା ପରେ ଆଉ ୩୭ ହଜାର ଟଙ୍କା ଦେବାଶିଷ ତାଙ୍କ ଆକାଉଣ୍ଟକୁ ପଠାଇଥିଲେ। ମାତ୍ର ସାର୍ଟିଫିକେଟ ଯାଞ୍ଚ ବେଳେ ଏହା ନକଲି ଜାଣାପଡ଼ିବା ପରେ ସେ ପୁଣି ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ସେପଟେ ମଙ୍ଗଳାବାଗ ଥାନା ପକ୍ଷରୁ ଅଭିଯୁକ୍ତକୁ ସାଙ୍ଗରେ ଧରି ବୋର୍ଡ଼ କାର୍ୟ୍ୟାଳୟରେ ଥିବା ତାର ଅଫିସ୍‌ ଚେମ୍ୱରରେ ତନାଘନା ପୋଲିସ ଚଳାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!