Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍ଗଲରୁ ନକଲି ମଦ କାରଖାନା ଠାବ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
June 13, 2025
in Feature News
ଜଙ୍ଗଲରୁ ନକଲି ମଦ କାରଖାନା ଠାବ, ଜଣେ ଗିରଫ
21
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳ ଜଙ୍ଗଲ ମଧ୍ୟରେ ରହିଥିବା ଉକୁଟିକୁମ୍ଭୀ ଗାଁରେ ଚାଲିଥିଲା ନକଲି ମଦ କାରାଖାନା । ଏହି ମଦ କାରଖାନା ଉପରେ ଆଜି କେନ୍ଦ୍ରୀୟ ଗୁଇନ୍ଦା ଅବକାରୀ ବିଭାଗ ଚଢ଼ାଉ କରି ବ୍ୟାପକ ପରିମାଣର ନକଲି ମଦ ଏବଂ ନିର୍ମାଣ ସାମଗ୍ରୀ ଜବତ କରିଛି । ଅବକାରୀ ବିଭାଗ ସୂଚନାନୁସାରେ ଡେପୁଟି କମିଶନର ଡମ୍ବୁରଧର ନାୟକଙ୍କ ନିର୍ଦ୍ଦେଶରେ ଡିଏସପି ବିକାଶ କୁମାର ନାୟକ, ଆଇଆଇସି ଧିରେନ କୁମାର ବେହେରା, ତଦନ୍ତକାରୀ ଅଧିକାରୀ ଅବନୀ କୁମାର ମହାପାତ୍ର ସଦଳବଳେ ଚଢ଼ାଉ କରିଥିଲେ । ଜଙ୍ଗଲ ମଧ୍ୟରେ ଏହି ବେଆଇନ ମଦ କାରଖାନା ଚାଲିଥିଲା । ସେଠାରୁ ୧୯.୮ ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଛି । ଏହା ସହିତ ୨୯୦ ଲିଟର ସ୍ପିରିଟ, ୩୮୮୮ ନକଲି ଲେବୁଲ, ୭୬୮୦ ମ୍ୟାଡଲ ନମ୍ବର ୧ ନକଲି ଲେବୁଲ, ୧୦ ହଜାର ୫ ଶହ ଠିପି, ୨ ଶହ ଏମଏଲ୍ ମଦ ପ୍ରସ୍ତୁତକାରୀ ରଙ୍ଗ । ୫ ଏମ୍‌ଏଲ୍ ପରମ୍ଫ୍ୟୁମ୍‌, ୫ ହଜାର ଖାଲି ବୋଟଲ ଜବତ କରାଯାଇଛି । ରଣପୁର ଥାନା ଅନ୍ତର୍ଗତ ଲତାର ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାୟ ଏହି ବେଆଇନ ମଦ କାରଖାନା ଚଲାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି ।

ଏହାକୁ ନେଇ ଏକ ମାମଲା ରୁଜୁ କରାଯିବା ସହ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହା ପଛରେ ଜଣେ ବଡ଼ ମଦ ମାଫିଆଙ୍କ ହାତ ରହିଥିବା ଆଲୋଚନା ହେଉଛି । ଦୀର୍ଘଦିନ ଧରି ଏହି ଜଙ୍ଗଲ ମଧ୍ୟରେ ନକଲି ମଦ ପ୍ରସ୍ତୁତ କରାଯାଇ ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ପଠା ଯାଇଥାଏ । ରଣପୁର ଅବକାରୀ ବିଭାଗ ସବୁଜାଣି ନୀରବ ଦ୍ରଷ୍ଟା ସାଜିଥିଲା । ମଦ ମାଫିଆଙ୍କଠାରୁ ଅବକାରୀ କର୍ମଚାରୀମାନେ ଚାନ୍ଦା ନେଇ ଚୁପ ରହିଥିବା ଅଭିଯୋଗ ହୋଇଛି । ଆଜି ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ ପରେ ନକଲି ମଦ କାରାଖାନା ଠାବ ହୋଇପାରିଛି ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!