Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରେଲୱେରେ ଜାଲ୍ ନିଯୁକ୍ତିପତ୍ର, ଜାଲ୍ ଟ୍ରେନିଂ, ୩୦ ଲକ୍ଷ ଠକେଇ, ବନ୍ଧା ହେଲେ ଯୁବକ

by ସଞ୍ଜୟ ସ୍ୱାଇଁ
December 18, 2024
in Crime, State
ରେଲୱେରେ ଜାଲ୍ ନିଯୁକ୍ତିପତ୍ର, ଜାଲ୍ ଟ୍ରେନିଂ, ୩୦ ଲକ୍ଷ ଠକେଇ, ବନ୍ଧା ହେଲେ ଯୁବକ
192
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ରେଲୱେରେ ବିଭିନ୍ନ ପଦବୀରେ ଚାକିରି କରାଇଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା। ଠକେଇରେ ଶିକାର ହୋଇଥିବା ଚିରଞ୍ଜୀବି ରାଉତ କଟକ ବିଡାନାସୀ ଥାନାରେ ଏନେଇ ଏତଲା ଦେଇଛନ୍ତି। ଏତଲା ଓ ପାରିପାର୍ଶ୍ୱିକ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଡାନିଏଲ ରାଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଡାନାସୀ ପୁଲିସ। ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡାନିଏଲ ରାଜର ମାଆ ସମର୍ପିତା ଚୌଧୁରୀ ଫେରାର ହୋଇଯାଇଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ଏକାଧିକ ଯୁବକଯୁବତୀଙ୍କଠାରୁ ରେଳବାଇରେ ଚାକିରି କରାଇଦେବାକୁ କହି ୩୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି ଗିରଫ ଅଭିଯୁକ୍ତ ଡାନିଏଲ ରାଜ ଓ ତାର ମାଆ ସମର୍ପିତା ଚୌଧୁରୀ। ୨୦୨୨ ମସିହାରୁ ଟଙ୍କା ନେଇ ଆଶାୟୀମାନଙ୍କୁ ରେଳବାଇର ନକଲି ଆଇ କାର୍ଡ, ନିଯୁକ୍ତି ପତ୍ର ଦେଇଥିଲେ ଏହି ମାଆ-ପୁଅଙ୍କ ଠକ ଗ୍ୟାଙ୍ଗ। ଏପରିକି ଟଙ୍କା ଦେଇଥିବା ଆଶାୟୀମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଥିଲା। ରେଳବାଇରେ ଚାକିରି କରାଇଦେବା ନାଁରେ ବିଭିନ୍ନ ଜିଲ୍ଲାର ଆଶାୟୀ ଯୁବକଯୁବତୀଙ୍କଠାରୁ ପାଖାପାଖି ୨ କୋଟି ଟଙ୍କା ଠକେଇ ହୋଇଥିବା କହିଛନ୍ତି ଅଭିଯୋଗକାରୀ। ଏହି ଗ୍ୟାଙ୍ଗରେ ସମର୍ପିତା ଚୌଧୁରୀ ଓ ଡାନିଏଲ ରାଜ ବ୍ୟତୀତ ଆହୁରି ଏକାଧିକ ଅଭିଯୁକ୍ତ ସାମିଲ ଥିବା ଅଭିଯୋଗକାରୀ କହିଛନ୍ତି। ହେଲେ ଯେତେବେଳେ ଏମାନେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ, ନିଜ ନିଜର ଟଙ୍କା ଫେରସ୍ତ କରିବାକୁ କହିଥିଲେ। ହେଲେ ସେମାନଙ୍କୁ ମାରିଦେବାକୁ ଧମକ ମିଳୁଥିବା ଅଭିଯୋଗକାରୀ କହିଛନ୍ତି। ସେପଟେ ଏହି ଘଟଣାରେ ଅତିରିକ୍ତ ଡିସିପି କହିଛନ୍ତି ଯେ ଗିରଫ ଡାନିଏଲ ରାଜ ବିରୋଧରେ ସମସ୍ତ ପ୍ରମାଣ ମିଳିଛି। ତାକୁ ଗିରଫ କରାଯିବା ସହ ଠକେଇ ଘଟଣାରେ ଆଉ କାହାର ସଂପୃକ୍ତି ରହିଛି, ତାର ତଦନ୍ତ କରାଯାଉଛି। ଏହାସହ ଏହି ଠକେଇର ଶିକାର ହୋଇଥିବା ବ୍ୟକ୍ତି ବିଶେଷ ଏନେଇ ଥାନାରେ ଅଭିଯୋଗ କଲେ ଏହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!