Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅର୍ଥ ଅଭାବ, ଶେଷକୁ ଯୁଦ୍ଧ ବିମାନ ବିକିଲା ପାକିସ୍ତାନ

by ସଞ୍ଜୟ ସ୍ୱାଇଁ
September 27, 2024
in NATIONAL NEWS, WORLD
ଅର୍ଥ ଅଭାବ, ଶେଷକୁ ଯୁଦ୍ଧ ବିମାନ ବିକିଲା ପାକିସ୍ତାନ
214
VIEWS
Share on FacebookShare on Twitter

ଇସ୍ଲାମାବାଦ, (ବାଘୁଆବାର୍ତ୍ତା): ପାକିସ୍ତାନ ଅର୍ଥନୀତିର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ଲୋକମାନେ ଦୈନନ୍ଦିନ ଆବଶ୍ୟକୀୟ ଜିନିଷ କିଣିବା ପାଇଁ ସଂଘର୍ଷ କରୁଛନ୍ତି। ପାକିସ୍ତାନ ଉପରେ ବିଦେଶୀ ଋଣ ବୋଝ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସ୍ଥିତି ଏପରି ହୋଇଛି ଯେ, ପାକିସ୍ତାନ ସରକାରଙ୍କୁ ନିଜ ଯୁଦ୍ଧ ବିମାନ ବିକିବାକୁ ପଡ଼ିଲାଣି । ଆଜରବାଇଜାନ ୧.୬ ବିଲିୟନ ଡଲାରର ଚୁକ୍ତି ଅନୁଯାୟୀ ପାକିସ୍ତାନଠାରୁ ଚୀନ ନିର୍ମିତ ମଲ୍ଟି ରୋଲ ଜେଏଫ-୧୭ ବ୍ଲକ-୩ ଲଢୁଆ ବିମାନ କିଣିଥିବା ଜଣାପଡିଛି । ପାକିସ୍ତାନୀ ସେନା କହିଛି ଯେ ସେମାନେ ନିକଟରେ ଜେଏଫ-୧୭ ବ୍ଲକ-୩ ଲଢୁଆ ବିମାନ ବିକ୍ରି କରିବା ପାଇଁ ଆଜରବାଇଜାନ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଆଜରବାଇଜାନ ୧.୬ ବିଲିୟନ ଡଲାରର ଚୁକ୍ତି ଅନୁଯାୟୀ ପାକିସ୍ତାନଠାରୁ ଚୀନ ନିର୍ମିତ ମଲ୍ଟି ରୋଲ ଜେଏଫ-୧୭ ବ୍ଲକ-୩ ଲଢୁଆ ବିମାନ କିଣିଥିବା ଜଣାପଡିଛି । ପାକିସ୍ତାନୀ ସେନା କହିଛି ଯେ ସେମାନେ ନିକଟରେ ଜେଏଫ-୧୭ ବ୍ଲକ-୩ ଲଢୁଆ ବିମାନ ବିକ୍ରି କରିବା ପାଇଁ ଆଜରବାଇଜାନ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ‘ଡନ୍’ ଖବରକାଗଜ ଅନୁଯାୟୀ, ଚଳିତ ବର୍ଷ ଫେବ୍ରୁଆରିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଅନୁମାନ କରାଯାଉଛି। ୧.୬ ବିଲିୟନ ଡଲାରର ଏହି ଚୁକ୍ତିରେ ବିମାନ, ଅସ୍ତ୍ରଶସ୍ତ୍ର ଏବଂ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ ବୋଲି ଆଜରବାଇଜାନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି, କିନ୍ତୁ କିଣାଯାଇଥିବା ବିମାନର ସଠିକ ସଂଖ୍ୟା ନିର୍ଦ୍ଦିଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଯେ ପାକିସ୍ତାନ ନିଜେ କୌଣସି ଯୁଦ୍ଧ ବିମାନ ତିଆରି କରେ ନାହିଁ । ଉଭୟ ଆମେରିକା ଓ ଚୀନ ପାକିସ୍ତାନକୁ ଏସବୁ ବିମାନ ଦାନ ସୁତ୍ରରେ କିମ୍ବା ଅଳ୍ପ ଦାମରେ ପ୍ରଦାନ କରିଛନ୍ତି । କିନ୍ତୁ ସର୍ତ୍ତ ଅନୁସାରେ ପାକିସ୍ତାନ ଆମେରିକା ପ୍ରଦତ୍ତ ଏଫ-୧୬ ବିମାନ ବିକି ପାରିବ ନାହିଁ । ଫଳରେ ଏବେ ପାକିସ୍ତାନ ଚୀନ ନିର୍ମିତ ବିମାନକୁ ବିକି ଦେଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!