Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡାବୁଗାଁ ବ୍ଲକର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ

by Sanjay Swain
April 27, 2021
in Accident
ଡାବୁଗାଁ ବ୍ଲକର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ
159
VIEWS
Share on FacebookShare on Twitter

ନବରଙ୍ଗପୁର ଜିଲ୍ଲା:(ବାଘୁଆବାର୍ତ୍ତା):  ଡାବୁଗାଁ ବ୍ଲକର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । କାମ କରୁଥିବା ସମୟରେ ଘର ଛାତର ବଡ଼ ଅଂଶ ଭାଙ୍ଗି ମୁଣ୍ଡରେ ପଡ଼ି ଯିବାରୁ ଦାଦନଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ଡାବୁଗାଁ ବ୍ଲକ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମର ଜଗଦୀଶ ବିଶୋଇ ( ୨୨ ) ବୋଲି ଜଣା ପଡ଼ିଛି । ମୃତ ଜଗଦୀଶଙ୍କ ଶବ କେରଳର ଏକ ମେଡିକାଲରେ ପଡ଼ି ରହିଥିବା ବେଳେ ଏନେଇ ଖବର ପାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଏହି ଦାଦନଙ୍କ ମୃତ୍ୟୁକୁ ମିଶାଇ ଗତ ଏକ ସପ୍ତାହ ମଧ୍ୟରେ ଡାବୁଗାଁ ବ୍ଲକର ୪ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇ ସାରିଛି । । ଗତ ସପ୍ତାହରେ ହାଇଦ୍ରାବାଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ୩ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ସୂଚନା ଅନୁଯାୟୀ , ଜବାଗୁଡ଼ା ଗ୍ରାମର ଦୟା ବିଶୋଇଙ୍କ ପୁଅ ଜଗଦୀଶ ବିଶୋଇ ( ୨୨ ) ନିକଟସ୍ଥ ଫୁଲଭଟ୍ଟା ଗ୍ରାମର କିଛି ଯୁବକଙ୍କ ସହିତ ମିଶି ଗତ ମାର୍ଚ୍ଚ ୧୩ ତାରିଖରେଦାଦନ ଖଟିବାକୁ କେରଳ ରାଜ୍ୟର ଆଡ଼ିତୋଡ଼ ଗ୍ରାମକୁ ଯାଇଥିଲେ । ସେଠାରେ ଜଣେ ଠିକାଦାରଙ୍କ ଅଧୀନରେ ସମସ୍ତେ କାର୍ଯ୍ୟ କରୁଥିଲେ । ଆଜି ଏକ ପୁରୁଣା କୋଠା ଘରର ଛାତ ଭାଙ୍ଗୁଥିବା ବେଳେ ମଧାହ୍ନ ପ୍ରାୟ ୧୨ଟାରେ ଛାତର ଏକ ବଡ଼ ଅଂଶ ଭାଙ୍ଗି ଯାଇ ଜଗଦୀଶଙ୍କ ମୁଣ୍ଡରେ ପଡ଼ି ଯାଇଥିଲା । ଏଥିଯୋଗୁ ଜଗଦୀଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ବର୍ତ୍ତମାନ ଜଗଦୀଶଙ୍କ ଶବ କେରଳର ଆଡ଼ିତୋଡ଼ ମେଡ଼ିକାଲରେ ପଡ଼ି ରହିଛି । ଜଗଦୀଶଙ୍କ ସହିତ କେରଳ ଯାଇଥିବା ଫୁଲଭଟ୍ଟା ଗ୍ରାମର ଯୁବକମାନେ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ମୃତ ଜଗଦୀଶଙ୍କ ଶବ କିଭଳି ଗାଁରେ ପହଞ୍ଚିବ ସେନେଇ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି । । ଦାଦନଙ୍କ ଶବ ଗାଁକୁ ଫେରାଇ ଆଣିବା ପାଇଁ ପ୍ରଶାସନ ସହଯୋଗ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!