Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁବାଇରେ ଗଡ଼ିଲା ରଥ

by ସଞ୍ଜୟ ସ୍ୱାଇଁ
July 10, 2024
in NATIONAL NEWS, State, WORLD
ଦୁବାଇରେ ଗଡ଼ିଲା ରଥ
80
VIEWS
Share on FacebookShare on Twitter

ଦୁବାଇ, (ବାଘୁଆବାର୍ତ୍ତା): ଜଗତର ଠାକୁର ଜଗନ୍ନାଥ ହେଉଛନ୍ତି ବିଶ୍ୱ ନିୟନ୍ତା। ସେ ବର୍ଷରେ ଥରେ ରତ୍ନ ସିଂହାସନ ଛାଡ଼ି ବଡ଼ ଦାଣ୍ଡକୁ ଚାଲି ଆସି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ରଥରେ ବସି ମାଉସୀ ମା’ ଘର ଅଭିମୁଖେ ଯାଇଥାନ୍ତି। କେବଳ ପୁରୀରେ ନୁହେଁ ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ବି ବେଶ୍‌ ଉତ୍ସାହ ଓ ଧୁମଧାମର ସହ ପାଳିତ ହୋଇଛି ରଥଯାତ୍ରା। ଦୁବାଇସ୍ଥିତ BRIGHT RIDERS ସ୍କୁଲରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ରଥ ଯାତ୍ରା। ୟୁନାଇଟେଡ ଆରବ ଏମିରେଟସର ୭ଟି ଏମିରଟସ ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରଥ ଟାଣିଥିଲେ। ରଥ ଯାତ୍ରା ଦିନ ପୂର୍ବାହ୍ନ ପ୍ରାୟ ୧୦.୩୦ ରେ ହରିବୋଲ, ହୁଳ ହୁଳି ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନି ଓ ନାମ ସଂକୀର୍ତନ ସହିତ ମହାପ୍ରଭୁମାନଙ୍କର ପବିତ୍ର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇ ମହାପ୍ରଭୁମାନେ ୧୧.୩୦ ରେ ରଥାରୁଢ଼ ହୋଇଥିଲେ | ମଧ୍ୟାହ୍ନ ୧୨ଟା ବେଳେ ଦାରୁବ୍ରହ୍ମଙ୍କ ନିକଟରେ ୧୦୦ ରୁ ଅଧିକ ପରିବାର ଙ୍କ ଦ୍ୱାରା ୫୬ ଛପନ ଭୋଗ ପବିତ୍ରତା ସହିତ ପ୍ରସ୍ତୁତ କରାଯାଇ ଲାଗି କରାଯାଇଥିଲା | ଏହି ଅବସରରେ କୁନି କୁନି ଓଡ଼ିଆ ପିଲାମାନେ ରଥ ସମ୍ମୁଖରେ ଓଡିଶୀ ଦେବଦାସୀ ନୃତ୍ୟ ପରିବେଷଣ କରିଥିଲେ । ତା’ପରେ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ୧୦୮ ମହାମନ୍ତ୍ର ସମୂହ ପାଠ କରାଯାଇଥିଲା । ୧୨.୩୦ ବେଳେ ପବିତ୍ର ଘୋଷ ଯାତ୍ରା ହରିବୋଲ , ହୁଳ ହୁଳି ଶଙ୍ଖ ଧ୍ୱନି ମହାମନ୍ତ୍ର ନାମ ସଂକୀର୍ତନ ରେ ଆରମ୍ଭ ହୋଇଥିଲା । ଅପରାହ୍ନ ୨ଟା ବେଳେ ପାରମ୍ପରିକ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ବେଳେ ଶେଷ ହୋଇଥିଲା । ଏହି ଅବସରରେ ଦୁବାଇରେ ଅବସ୍ଥିତ ଭାରତୀୟ ଦୂତାବାସର କନସୁଲ୍ ଜେନେରାଲ୍ ଡ.ସତୀଶ କୁମାର ସିଭାନ୍ ତାଙ୍କ ପରିବାର ସହିତ ଯୋଗ ଦେଇ ରଥ ଟାଣିଥିଲେ। ସମଗ୍ର ଆରବ ଏମିରଟସ ରୁ ୬୦୦ରୁ ଅଧିକ ପରିବାର ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!