ନୟାଗଡ଼, (ବାଘୁଆବାର୍ତ୍ତା) : ସାଧାରଣତଃ ପଶୁ, ପକ୍ଷୀ କିମ୍ବା ଗୃହପାଳିତଙ୍କ ପାଇଁ ପଞ୍ଜୁରୀର ଆବଶ୍ୟକତା ପଡ଼ିଥାଏ । କିନ୍ତୁ ଏଭଳି ଏକ ଗ୍ରାମ ଅଛି, ଯେଉଁ ଗ୍ରାମରେ ମଦ୍ୟପ ମାନଙ୍କୁ ସାବାଡ଼ କରିବା ପାଇଁ ତିଆରି ହୋଇଛି ପଞ୍ଜୁରୀ । ଗ୍ରାମର ଯଦି କେହି ବ୍ୟକ୍ତି ମଦ୍ୟ ପାନ କରନ୍ତି, ତେବେ ଗ୍ରାମବାସୀ ତାଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ପଞ୍ଜୁରୀ ମଧ୍ୟରେ ରଖିଥାନ୍ତି । ଏହା ପରେ ସେ ବ୍ୟକ୍ତିଙ୍କ ଘରକୁ ଖବର ଦିଆଯାଇଥାଏ । ତାଙ୍କ ପରିବାର ସଦସ୍ୟ ଆସି ୧୨ ଶହ ଟଙ୍କା ଜୋରିମାନା ଦେଲେ ମଦ୍ୟପଙ୍କୁ ପଞ୍ଜୁରୀରୁ ମୁକ୍ତି ମିଳିଥାଏ । ଏହି ଦଣ୍ଡ ନିଜ ଗ୍ରାମର ଲୋକଙ୍କ ସହିତ ଆଖପାଖ ଅଂଚଳର ଲୋକ ଓ ପର୍ଯ୍ୟଟକ ମାନଙ୍କ ପାଇଁ ଲାଗୁ ହୋଇଥାଏ । ବହୁ ଯୁବକମାନେ ମଦ୍ୟପାନ କରି ଗ୍ରାମ୍ୟ ପରିବେଶ ନଷ୍ଟ କରୁଥିବାରୁ ସ୍ଥାନୀୟ ସରପଂଚ ବାବୁ ଭାଇ ନାଏକ ଏହି ନିୟମକୁ ପ୍ରୟୋଗ କରିଥିଲେ । ଏହି ଘଟଣାଟି ଗୁଜୁରାଟର ସାନନ୍ଦାରଠାରୁ ୭ କିମି ଦରରେ ଥିବା ମୋତିପୁର ଗ୍ରାମ୍ୟ ରାସ୍ତା କଙ୍ଗ଼ରେ । ଏହି ରାସ୍ତାରେ ବହୁତ ଗୁଡ଼ିଏ ପଞ୍ଜୁରୀ ନିର୍ମାଣ କରାଯାଇଛି । ଏହାକୁ ଜନସାଧାରଣ ଓ ପୁଲିସ ପକ୍ଷରୁ ସ୍ୱାଗତ କରାଯାଇଛି ।






