ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ସକାଳୁ ସକାଳୁ ଇଟାମାଟି ପୁଲିସକୁ ଏକ ସଫଳତା ମିଳିଛି । ତେବେ ଇଟାମାଟି ପୁଲିସ ଓ ତହସିଲଦାରଙ୍କ ମିଳିତ ଚଢଉରେ ଦୁଇ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ୍ କରାଯାଇଥିବା ବେଳେ ସେମାନଙ୍କ ଠାରୁ ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଇଟାମାଟି ରାଜହୁଡା ପୋଖରୀ ନିକଟରେ ଆଜି ସକାଳୁ ବ୍ରାଉନ ସୁଗାର ବେପାର ହେଉଥିବା ନେଇ ଇଟାମାଟି ପୁଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଇଟାମାଟି ପୁଲିସ ଓ ନୟାଗଡ଼ ତହସିଲଦାର ଭିକାରୀ ସାହୁ ମିଳିତ ଭାବେ ଯାଇ ରାଜହୁଡା ପୋଖରୀ ନିକଟରେ ଚଢଉ କରିଥିଲେ । ସେଠାରୁ ଦୁଇ ଜଣବ୍ୟକ୍ତିଙ୍କ ଠାରୁ ବ୍ରାଉନ୍ ସୁଗାର ଜବତ କରିଥିବା ବେଳେ ସେମାନଙ୍କୁ ଥାନାରେ ଅଟକ ରଖିଥିଲେ । ଉଭୟଙ୍କ ଠାରୁ ୧ଗ୍ରାମ ୩୫୦ମିଲିଗ୍ରାମ ବ୍ରାଉନସୁଗାର ଜବତ କରି ସେମାନଙ୍କ ନାମରେ ଥାନାରେ କେସ ନଂ ୪୨/୨୧ରେ ମାମଲା ଋଜୁ କରି ଗିରଫ୍ କରିଥିବା ଜଣାପଡିଛି । ଜବତ ହୋଇଥିବା ଆନୁମାନିକ ମୂଲ୍ୟ ୧୦/୧୫ହଜାର ହେବ ବୋଲି ଅନୁମାନ କରାଯାଇଛି । ଗିରଫ ହୋଇଥିବା ବ୍ରାଉନ ସୁାଗର ବ୍ୟବସାୟୀମାନେ ଇଟାମାଟି ବେହେରା ସାହିର ନାସିରଉଦ୍ଦିନ୍ ଖାନ୍(ନସ) ଓ ମନିନ୍ ଖାନ୍(ମୁନ୍ନା) ଜଣାପଡିଛି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଇଟାମାଟି ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।






