Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୀବନକୁ ନଷ୍ଟ କରିଦିଏ ନିଶା

by ସଞ୍ଜୟ ସ୍ୱାଇଁ
October 3, 2018
in Feature News
14
VIEWS
Share on FacebookShare on Twitter

ଗଣିଆ (ବାଘୁଆବାର୍ତ୍ତା ବ୍ୟୁରୋ): ଜିଲ୍ଲା ପ୍ରଶାସନ ଓ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନୟାଗଡ଼ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଗଣିଆ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବ୍ଲକ୍ସ୍ତରୀୟ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ପ୍ରଶାସନ ଓ ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ କେକ୍ କାଟି ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଡିଓ ଦିବ୍ୟସିଂହ କହଁର, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଲକ୍ଷ୍ମୀ ଦାଶ, ପୋଲିସ୍ ସବ୍ଇନିସ୍ପେକ୍ଟର ମାନ୍ ସିଂ
ହେମ୍ବ୍ରମ୍, ଜିଲ୍ଲା ପରିଷଦ ସଦସ୍ୟ ମହେଶ୍ୱର ମହାରଣା ଓ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମିନି ଭଉଣୀ, ଡକ୍ଟର ପ୍ରମୋଦ ଭାଇ ଏବଂ ପ୍ରସନ୍ନ ଭାଇ ପ୍ରମୁଖ ମଞ୍ଚାସୀନ ଥିଲେ । ନିଶାଗ୍ରସ୍ତ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ନଷ୍ଟ କରିବା ସହିତ ପ୍ରଚୁର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥାଏ । ନିଶା ସେବନ  ଠାରୁ ଦୂରେଇ ରହିବା ସହ ସୁସ୍ଥ ଜୀବନ ଓ ସୁସ୍ଥ ସମାଜ ଗଠନ ପାଇଁ ମଞ୍ଚାସିନ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସେହିପରି ନିଶାସେବନ ବ୍ୟକ୍ତି କ୍ଷଣିକ ଆନନ୍ଦ ଓ ଆସ୍ୱସ୍ଥତା ପ୍ରାପ୍ତ ହୋଇଥାଏ । ହେଲେ ଅମୂଲ୍ୟ ଜୀବନଟାକୁ ନଷ୍ଟ କରିଦେଇଥାଏ । ନିଶା ସେବନ ଦ୍ୱାରା ପାରିବାରିକ ଅସର୍ଥି ତା, ସଡକ ଦୁର୍ଘଟଣା ଓ ବିଭିନ୍ନ
ପ୍ରକାର ଅପରାଧିକ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ଭାବେ ନିବାରଣ କରାଯାଇ ପାରିଲେ ଦେଶ ଓ ରାଜ୍ୟରୁ ୮୦ ପ୍ରତିଶତ ଅପରାଧ ଓ ହିଂସା ନିୟନ୍ତ୍ରଣ ହୋଇ ପାରିବ ବୋଲି ମୁଖ୍ୟଅତିଥି ଶ୍ରୀ
ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏଥିସହ ଗଣିଆ ବ୍ଲକ୍କୁ ନିଶାମୁକ୍ତ କରିବାକୁ ହେଲେ ପ୍ରଥମେ କାର୍ଯ୍ୟରତ ବ୍ଲକ୍ କର୍ମଚାରୀମାନେ ନିଜେ ମାଦକଦ୍ରବ୍ୟ ପରିବାର କରନ୍ତୁ ଓ ଅନ୍ୟକୁ ସଚେତନ କରାନ୍ତି ବୋଲି ନିବେଦନ କରିଥିଲେ । ନିଶା ସେବନର କୁ ପରିଣତି ସମ୍ପର୍କରେ ଏକ ସଚେତନତା ନାଟକ ମଧ୍ୟ ପରିବେଷଣ କରାଯାଇଥିଲା । ସଚେତନତା ବୈଠକରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତି ନିଶାସେବନ ଠାରୁ ଦୂରେଇ ରହିବା ପାଇଁ ମିନି ଭଉଣୀ ଶପଥ ପାଠ
କରାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ର ସମସ୍ତ ବିଭାଗର କର୍ମଚାରୀ, ପଞ୍ଚାୟତ ପ୍ରତିନିଧି ବୃନ୍ଦ ଓ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରିୟରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ପ୍ରସନ୍ନ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!