ଭଦ୍ରକ, (ବାଘୁଆବାର୍ତ୍ତା): ଫଟୋ ଉଠାଇବା କାଳ ହେଲା ଡ୍ୟମରେ ଜଣେ ନାବାଳକ ବୁଡିଗଲେ ।ଭଦ୍ରକ ଜିଲ୍ଲା କାଉପୁର ଉଳାଙ୍ଗ ଗ୍ରାମରେ ମଙ୍ଗଳା ଜେନା ଙ୍କର ପୁଅ ରମାକାନ୍ତ ଏବଂ ତାଙ୍କ ଗ୍ରାମ ର ୨ ଜଣ ସାଙ୍ଗ ସହିତ ଖଇରା ଷୋଳ ଭଉଣୀ ଡ୍ୟାମରେ ଗାଧୋଇବା ପାଇଁ ଯାଇଥିଲେ ଏହି ସମୟରେ ଫଟୋ ଉତ୍ତୋଳନ କରିବା ସମୟରେ ରମାକାନ୍ତଙ୍କର ଗୋଡ଼ ଖସିଯାଇଥିଲା ଫଳରେ ପ୍ରଖର ସ୍ରୋତରେ ରମାକାନ୍ତ ଭାସି ଯାଇଥିଲେ । ସାଙ୍ଗ ମାନେ ଚିତ୍କାର କରିବାରୁ ପାଖରେ ମାଛ ଧରୁଥିବା ଧୀବର ମାନେ ପହଁଚି ରମାକାନ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବ୍ୟକ୍ତିଗତ ଗାଡ଼ିରେ ରମାକାନ୍ତଙ୍କୁ ଖଇରା ମେଡ଼ିକାଲକୁ ଆଣିଥିଲେ । ମେଡ଼ିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବରପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।